
ଭୁବନେଶ୍ୱର, ରାଜ୍ୟରେ ଆଗକୁ ଗ୍ରୀଷ୍ଣ ପ୍ରବାହ ବଢିବାକୁ ଥିବାରୁ ଶ୍ରମ ବିଭାଗ ଆଣିଛି ନୂଆ ଗାଇଡଲାଇନ୍।
ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ଯାଏଁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ନିଯୁକ୍ତିଦାତା ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ, ସବୁ ରାଜସ୍ବ କମିଶନର, ଜିଲ୍ଲାପାଳ ଓ ଶ୍ରମ କମିଶନରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଅଂଶୁଘାତ ଆଶଙ୍କାକୁ ଏଡାଇବାକୁ ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଶ୍ରମିକମାନଙ୍କ ପାଇଁ, ବିଶେଷ ପଦକ୍ଷେପ ନେବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।




