ଅନ୍ତର୍ଜାତୀୟବାଣିଜ୍ୟ

ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର

ଭୁବନେଶ୍ୱର,ଆମେରିକା ପ୍ରଶାସନ ହଠାତ୍ ନିଜ ମତ ବଦଳାଇ ଦେଇଛି ଏବଂ ଇରାନ ତେଲ ଉପରେ ଏକ ଅସ୍ଥାୟୀ ଛାଡ ପ୍ରଦାନ କରିଛି । ଯାହା ଫଳରେ ଭାରତୀୟ ରିଫାଇନରମାନେ ଇରାନ ତେଲ କ୍ରୟ କରିବାକୁ ପୁନଃ ଅନୁମତି ପାଇଛନ୍ତି। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଶକ୍ତି ସଙ୍କଟ ଗଭୀର ହେଉଛି ଏବଂ ଏସୀୟ ଦେଶଗୁଡ଼ିକ ନୂତନ ବିକଳ୍ପ ଖୋଜୁଛନ୍ତି।ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତିର ଖବର ଆସିଛି। ଆମେରିକା ପ୍ରଶାସନ ଇରାନୀ ତେଲ କ୍ରୟ ଉପରେ ୩୦ ଦିନର ଛାଡ଼ ପ୍ରଦାନ କରିଛି । ଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଏହି ଭଣ୍ଡାର, କେବଳ ସୀମିତ ସମୟ ପାଇଁ ଆଶ୍ୱସ୍ତି ପ୍ରଦାନ କରିପାରିବ। ଇରାନୀ ତେଲ କ୍ରୟ କରିବା ସମୟରେ, ପେମେଣ୍ଟ ବ୍ୟବସ୍ଥା ଉପରେ ଅନିଶ୍ଚିତତା ଏବଂ ପୁରୁଣା ଜାହାଜର ବ୍ୟବହାର ଭଳି ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇପାରେ। ଏହା ବ୍ୟତୀତ, ପୂର୍ବରୁ ଅନେକ କ୍ରେତା ନ୍ୟାସନାଲ ଇରାନୀ ତେଲ କମ୍ପାନୀ ସହିତ ଚୁକ୍ତି କରିଥିଲେ, କିନ୍ତୁ ବର୍ତ୍ତମାନ ଅଧିକାଂଶ ତେଲ ତୃତୀୟ ପକ୍ଷ ବ୍ୟବସାୟୀଙ୍କ ମାଧ୍ୟମରେ, ବିକ୍ରି ହୁଏ। ବିଶେଷଜ୍ଞମାନେ କହିଛନ୍ତି ଯେ, ନିୟମାବଳୀ ଏବଂ ବ୍ୟାଙ୍କିଂ ପ୍ରକ୍ରିୟା ବୁଝିବାକୁ ସମୟ ଲାଗିପାରେ, କିନ୍ତୁ କମ୍ପାନୀଗୁଡ଼ିକ ଶୀଘ୍ର ନିଷ୍ପତ୍ତି ନେବାକୁ ଚେଷ୍ଟା କରିବେ।୨୦୧୮ରେ ପ୍ରତିବନ୍ଧକ ଲାଗୁ ହେବା ପରେ, ଚୀନ୍ ଇରାନର ସବୁଠାରୁ ବଡ଼ ତେଲ କ୍ରେତା ହୋଇଗଲା। ତଥ୍ୟ ଅନୁଯାୟୀ, ଏହାର ସ୍ୱାଧୀନ ରିଫାଇନରମାନେ ଗତ ବର୍ଷ ପ୍ରତିଦିନ ପ୍ରାୟ ୧.୩୮ ନିୟୁତ ବ୍ୟାରେଲ କିଣିଥିଲେ, କାରଣ ପ୍ରତିବନ୍ଧକ ଯୋଗୁଁ ଇରାନର ତେଲ ଶସ୍ତା ମୂଲ୍ୟରେ ଉପଲବ୍ଧ ଥିଲା।

Related Articles

Back to top button