Breaking NewsFeaturedଓଡ଼ିଶାରାଜନୀତି

ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର ବିଗୁଲ୍; ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର, ୨୮/୦୨/୨୦୨୬:  ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଜଣ ଅତି ଦକ୍ଷ ତଥା ଅଭିଜ୍ଞ ବ୍ୟକ୍ତିଙ୍କ ନାମରେ ମୋହର ମାରିଛନ୍ତି।

ରାଜ୍ୟସଭାର ୩ ନମ୍ବର ଆସନ ପାଇଁ ବିଜେଡି ପକ୍ଷରୁ ଡକ୍ଟର ସଂତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ରାଜ୍ୟସଭାର ୪ ନମ୍ବର ଆସନ ପାଇଁ ବିଜେଡି ପକ୍ଷରୁ ଦତ୍ତେଶ୍ୱର ହୋତାଙ୍କ ନାମ ଘୋଷଣା କରାଯାଇଛି।

ରାଜ୍ୟସଭା ନିର୍ବାଚନ ପାଇଁ ସଂଖ୍ୟା ଗରିଷ୍ଠତାକୁ ଦୃଷ୍ଟିରେ ରଖିଲେ ବିଜେଡି ପ୍ରାର୍ଥୀଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ବୋଲି ମନେ କରାଯାଉଛି। ଖୁବଶୀଘ୍ର ଏହି ଦୁଇ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ।  ଏବେ ରାଜନିତି କେଉଁ ମୋଡ ନେବ ଦେଖିବାକୁ ବାକି

Related Articles

Back to top button