
ଭୁବନେଶ୍ୱର ,EPFO ନିଜର ପୁରୁଣା ଟେକ୍ନୋଲୋଜି ବ୍ୟବସ୍ଥାକୁ ଅପଗ୍ରେଡ୍ କରି, EPFO 3.0 ଆରମ୍ଭ କରିବା ଯୋଜନା କରୁଛି। ଏହି ନୂଆ ପ୍ଲାଟଫର୍ମ ୨୦୨୭ ଫେବ୍ରୁଆରୀରେ, ଆରମ୍ଭ ହୋଇପାରେ ବୋଲି ରିପୋର୍ଟରେ, କୁହାଯାଇଛି।କର୍ମଚାରୀ ଭବିଷ୍ୟନିଧି ସଂଗଠନ ନିଜର ନିୟମ ଓ ଡିଜିଟାଲ୍ ବ୍ୟବସ୍ଥାରେ, ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି।
ନଭେମ୍ବର ୧୯ରେ ଅନୁଷ୍ଠିତ ସେଣ୍ଟ୍ରାଲ ବୋର୍ଡ ଅଫ୍ ଟ୍ରଷ୍ଟିଜର ୨୪୦ତମ ବୈଠକରେ, PF ଉଠାଣ ନିୟମକୁ ସହଜ କରିବା ସହ, ଅବସର ପରେ କିସ୍ତିରେ ଟଙ୍କା ପାଇବା ଭଳି ପ୍ରସ୍ତାବକୁ, ମଞ୍ଜୁରି ମିଳିଛି। ଏହି ବ୍ୟବସ୍ଥାରେ, ବ୍ୟାଙ୍କ ଭଳି ଏକ କେନ୍ଦ୍ରୀକୃତ ସିଷ୍ଟମ୍ ରହିବ। ଫଳରେ ଜଣେ କର୍ମଚାରୀ, ଚାକିରି କିମ୍ବା ସହର ବଦଳାଇଲେ ମଧ୍ୟ, PF ସମ୍ପର୍କିତ କାମ ପାଇଁ ପୁରୁଣା ଆଞ୍ଚଳିକ କାର୍ଯ୍ୟାଳୟ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ।
ଦେଶର ଯେକୌଣସି ଆଞ୍ଚଳିକ କାର୍ଯ୍ୟାଳୟରୁ, ସେବା ପାଇବା ସହଜ ହୋଇପାରିବ।PF ଟଙ୍କା ଉଠାଇବା ପ୍ରକ୍ରିୟାକୁ, ଆହୁରି ସହଜ କରିବା ପାଇଁ, UPI ସୁବିଧା ଆଣିବାକୁ EPFO ପ୍ରସ୍ତୁତି ଚଳାଇଛି।
ଏହି ସୁବିଧା ଆସିଲେ BHIM ଆପ୍ ଭଳି ମାଧ୍ୟମରେ, ଅନୁମୋଦିତ PF ଉଠାଣ ଟଙ୍କା ସିଧାସଳଖ ,ବ୍ୟାଙ୍କ ଖାତାକୁ ପାଇବା ସମ୍ଭବ ହୋଇପାରିବ। EPFO ନିଜର ସେବାକୁ ଅଧିକ ଡିଜିଟାଲ୍, ସହଜ ଓ ସ୍ୱଚ୍ଛ କରିବା ଦିଗରେ ପଦକ୍ଷେପ ନେଉଛି।




