
ସେମିଳିଗୁଡା: ସେମିଳିଗୁଡାର ଝିଅ ରୁଚିକା ଦିବ୍ୟଦର୍ଶନୀ ଇଂରାଜୀ ସ୍ନାତକରେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ସେ ଶ୍ରୀ ଶ୍ରୀ ୟୁନିଭରସିଟିର ତ୍ରୟୋଦଶ ସମାବର୍ତ୍ତନ ଉତ୍ସବରେ ଶ୍ରୀ ଶ୍ରୀ ରବିଶଙ୍କର ଠାରୁ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

ଏ ଅବସରରେ Ruchika Dibyadarshini Pandaଙ୍କ ଷଷ୍ଠ ପୁସ୍ତକ ରାଇମିସ ଉଇଥ ଚିମ୍ସ ପୁସ୍ତକକୁ ଶ୍ରୀ ଶ୍ରୀ ରବିଶଙ୍କର ଉନ୍ମୋଚନ କରିଛନ୍ତି। ଏହି କାର୍ଯ୍ୟକ୍ରରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟର କୁଳପତି ଚନ୍ଦ୍ରିକା କୃଷ୍ଣମୂତ୍ତ ଟଣ୍ଡନଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

କଠିନ ପରିଶ୍ରମ ଓ ଅଧ୍ୟବସାୟ ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି | ରୁଚିକାଙ୍କ ମାଆ ରେଣୁବାଳା ହୋତା ଦେଓମାଳି ପବ୍ଲିକ ସ୍କୁଲରେ କାର୍ଯ୍ୟ କରୁଥିବା ବେଳେ ବାପା ବୃନ୍ଦାବନ ପଣ୍ଡା ଗୁଣପୁରସ୍ଥିତ ଜିଆଇଇଟି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି।





