Breaking Newsଓଡ଼ିଶା
ହୁତୁହୁତୁ ହୋଇ ଜଳିଲା ଆମ ବସ୍

ହୁତୁହୁତୁ ହୋଇ ଜଳିଲା ଆମ ବସ୍ । ଅଳ୍ପକେ ବର୍ତ୍ତିଲେ ବସ୍ ରେ ଥିବା ଯାତ୍ରୀ। କଟକ ଜିଲ୍ଲା ଫୁଲନଖରା-ନିଆଳୀ ରାସ୍ତାର ଅଡ଼ଶପୁର ବସ୍ ଷ୍ଟାଣ୍ଡରେ ଘଟିଛି ଏଭଳି ଅଘଟଣ। ସୂଚନା ଅନୁସାରେ, ବସ୍ର ଟାୟାର ଫାଟିଯିବା ପରେ ନିଆଁ ଲାଗିଥିଲା । ଆମ ବସ୍ ଟି ବସ୍ ଷ୍ଟାଣ୍ଡରେ ପହଞ୍ଚିବା ସମୟରେ ବସ୍ ରୁ ଧୂଆଁ ବାହାରୁଥିଲା। ଧୂଆଁ ଦେଖି ବସ୍ ରୁ ବାହାରି ଆସିଥିଲେ ଯାତ୍ରୀ। ଖବର ପାଇ ଅଡ଼ଶପୁର ଅଗ୍ନିଶମ ବାହିନୀ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି।
ନିଆଁ ଦେଖି ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବସ୍ରେ ଲାଗିଥିବା ନିଆଁକୁ ଆୟତ୍ତ କରିଥିଲା । ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ବସ୍ରୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା । ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିବା ସୂଚନା ମିଳିଛି ।




