ଓଡ଼ିଶା

ଲୋୟର ପିଏମଜିରେ ଗର୍ଜନ କରୁଛି ବିଜେଡି

MMDR ବିଲ କୁ ନେଇ ଆଜି ରାଜରାସ୍ତାରେ ଗର୍ଜନ କରୁଛି ବିଜେଡି | ବିଜେଡି ବିଧାୟକ , ନେତା , କର୍ମୀ ଏକ ହୋଇ ରାଜ୍ୟବାସୀଙ୍କ ଅଧିକାର ପାଇଁ ଲଢେଇ କରୁଛନ୍ତି | ରାଜ୍ୟର ଅଧିକାର ସହ ଏ ବିଲ ଜଡିତ। ଓଡିଶାର ଖଣି, ଓଡିଶାର ଜମି ଉପରେ ଓଡିଶାବାସୀ ହେଉଛନ୍ତି ମାଲିକ। ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ପାର୍ଲିଆମେଣ୍ଟରେ Pass ହୋଇଗଲା । ଆଉ ଆମର କୋଡିଏ ବିଜେପି ସାଂସଦ ଚୁପ ବସିଲେ କାହା ସ୍ୱାର୍ଥରେ ? ଓଡିଶା ସରକାର ବି ଚୁପ ରହିଲେ କାହା ଡରରେ? ଏହି ପ୍ରଶ୍ନ କରି ଗର୍ଜନ କରିଛି ବିଜେଡି |

ମୁଖ୍ୟମନ୍ତ୍ରୀଙ୍କୁ MMDR Amendment Act କୁ ବିରୋଧ କରି Resolution ପାଇଁ ପୁଣି ଚିଠି ଲେଖିଲି । କିନ୍ତୁ ଉତ୍ତର ନାହିଁ। ନାହିଁ ନାହିଁର ଏ ସରକାର। ଏହି Act ପାଇଁ ଓଡିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। Gen G ଆପଣଙ୍କୁ କ୍ଷମା ଦେବେ ନାହିଁ । କି ଓଡିଶା ବାସୀ କ୍ଷମା ଦେବେନାହିଁ। ଓଡିଶାର ଅଧିକାର ପାଇଁ ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବିଜେଡି ଲଢିବ ।ସମସ୍ତଙ୍କୁ ମୋର ଅନୁରୋଧ, ସବୁ ଦଳଙ୍କୁ ମୋର ଅନୁରୋଧ, ଏ ଲଢେଇରେ ସାମିଲ ହୁଅନ୍ତୁ | ଆମ ହକ ଫେରାଇ ଆଣିବା ବୋଲି ଆହ୍ୱାନ ଦେଇଛି ବିଜେଡି |

Related Articles

Back to top button