ଓଡ଼ିଶା

ଏକାଠି ଜଳିଲା ସାତ ଜୁଇ | ବନମାଳିଙ୍କ ପରିବାର ଅଛନ୍ତି ସରକାର ….

ଏକାଠି ଜଳିଲା ସାତ ଜୁଇ, କାନ୍ଦବୋବାଳିରେ ଫାଟିପଡ଼ିଲା ଜୟଦେବ ବିହାର। ପୁରୀ ସ୍ବର୍ଗଦ୍ବାରରେ ସମ୍ପର୍ଣ୍ଣ ହୋଇଛି ବନମାଳି ବେହେରାଙ୍କ ପୁଅ, ଦୁଇ ଝିଅ, ଜ୍ବାଇଁ ଓ ୩ ନାତିନାତୁଣୀଙ୍କ ଶେଷକୃତ୍ୟ। ଗତକାଲି ବିଳମ୍ବିତ ରାତିରେ ମଧ୍ୟପ୍ରଦେଶରୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର। ପାର୍ଥିବ ଶରୀର ପହଞ୍ଚିବା ପରେ ପୂରା ଅଞ୍ଚଳରେ ଶୋକାକୁଳ ପରିବେଶ ହୋଇଯାଇଥିଲା । ବୁଢା ବାପା, ମାଆ ପୁରା ଭାଙ୍ଗିପଡିଛନ୍ତି |

ଭୁବନେଶ୍ୱର ଜୟଦେବ ବିହାରରେ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଓଡ଼ିଶାରୁ ୭ ଜୀବନ ଯିବା ପରିବାର ପାଇଁ ଏକ ଅପୂରଣୀୟ କ୍ଷତି । ଘରଲୋକଙ୍କୁ ଭଗବାନ ଶକ୍ତି ଦିଅନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା । ମୃତକଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅର୍ଥରାଶି ଘୋଷୋଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିବାର ଲୋକଙ୍କ ସହ ଯୋଗାଯୋଗରେ ଅଛନ୍ତି ସରକାର ବୋଲି ସେ କହିଥିଲେ । ମଧ୍ୟ ପ୍ରଦେଶର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମରଶରୀର ଓ ଉଦ୍ଧାର ଜନିଷ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

Related Articles

Back to top button