ଐତିହ୍ୟ ଓ ସଂସ୍କୃତିଓଡ଼ିଶା

ଶନିବାର ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ଉତ୍ସବ ଅନୁଷ୍ଠିତ ହେବ

ଭୁବନେଶ୍ୱର ,ଆସନ୍ତା ଶନିବାର ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ, ଉତ୍ସବ ଅନୁଷ୍ଠିତ ହେବ। ସ୍ବାଧୀନତା ଦିବସ ଲାଗି କମିଶନରେଟ୍ ପୋଲିସ ପକ୍ଷରୁ, ଗାନ୍ଧୀମାର୍ଗ ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଅଧିକ ବଢ଼ାଇ ଦିଆଯାଇଛି। ଏଥିପାଇଁ ୩୦ରୁ ଊର୍ଦ୍ଧ୍ଵ ପ୍ଲାଟୁନ୍ ପୋଲିସ ଫୋର୍ସ, ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଜି  ସକାଳ ୮ଟା ୩୦ରୁ ୧୧ଟା ୩୦ ଯାଏ, ସେଠାରେ ଫୁଲ୍ ଡ୍ରେସ୍, ଅଭ୍ୟାସ ପରେଡ୍ ହୋଇଛି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡରେ, ଅଭିବାଦନ ଗ୍ରହଣ କରିବା ସହ, ତଦାରଖ କରିଥିଲେ। ପୋଲିସ କମିଶନର ସୁରେଶ ଦେବଦର ସିଂଙ୍କ ସମେତ, ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ, ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଚଳିତବର୍ଷ ପରେଡରେ ଛତିଶଗଡ଼ର ସଶସ୍ତ୍ର ପୋଲିସ  ଭାଗ ନେଉଛି। ସେହିପରି କଣ୍ଟିଜେଣ୍ଟ ମଧ୍ୟରେ ୧୨୦ ଇନ୍‌ଫ୍ୟାନଟ୍ରି ବାଟାଲିୟନ, ଆଇଟିବିପି, ସିଆର୍‌ପିଏଫ୍, ବିଏସ୍ଏଫ, ରେଳ ସୁରକ୍ଷା ବଳ ସ‌ହ ଓଡ଼ିଶା ପୋଲିସ, ଅଧୀନ ବିଭିନ୍ନ ବିଭାଗ, ଅଗ୍ନିଶମ, ଏନ୍‌ସିସି ଏବଂ ସ୍କାଉଟଗାଇଡ୍ ଆଦି ରହିଛନ୍ତି। ଏଥିସହ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ର ମଧ୍ୟ ଅଂଶଗ୍ରହଣ କରି କଳାକୌଶଳ ପ୍ରଦର୍ଶନ କରିବେ। ସେହିପରି ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ, ମଧ୍ୟ ହେବାର ଯୋଜନା ରହିଛି।

Related Articles

Back to top button