ଓଡ଼ିଶାରାଜନୀତି

ଶଙ୍ଖ ଭବନରେ ବିଜେଡି ପକ୍ଷରୁ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ

ବିଜୁ ଜନତା ଦଳ ପାଇଁ ଅପୂରଣୀୟ କ୍ଷତି। ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ସନ୍ଧ୍ୟାରାଣୀ ବିଶ୍ୱାଳଙ୍କ ଅକାଳ ବିୟୋଗରେ ସାରା ଦଳୀୟ ପରିବାରରେ ଶୋକର ଛାୟା ଖେଳିଯାଇଛି। ଆଜି ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟ ‘ଶଙ୍ଖ ଭବନ’ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଏହି ଶୋକସଭାରେ ଦଳର ବହୁ ବରିଷ୍ଠ ନେତା, ସାଂସଦ, ପୂର୍ବତନ ସାଂସଦ, ଏବଂ ମହିଳା ନେତ୍ରୀମାନେ ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ସଂଗଠନ ପ୍ରତି ଥିବା ଅତୁଳନୀୟ ଅବଦାନ ଏବଂ ନିଷ୍ଠାକୁ ମନେ ପକାଇଥିଲେ। ଏହି କାର୍ଯ୍ୟକ୍ରମକୁ ଡ଼ ଗୀତା ବସ୍ତିଆ ମଞ୍ଚ ପରିଚାଳନା କରିଥିଲେ।

ସଂଗଠନ ପ୍ରତି ଆନ୍ତରିକତା ଏବଂ ସାଧାରଣ ଲୋକଙ୍କ ସେବା ପାଇଁ ସଦାସର୍ବଦା ନିଜକୁ ସମର୍ପିତ କରିଥିଲେ ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳ। ତୃଣମୂଳ ସ୍ତରରେ ବିଜୁ ମହିଳା ଜନତା ଦଳକୁ ସୁଦୃଢ଼ କରିବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଆଜି ଶଙ୍ଖ ଭବନଠାରେ ଆୟୋଜିତ ଶୋକସଭାରେ ତାଙ୍କ ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି।

ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳ ଦୀର୍ଘ ସମୟ ଧରି ବିଜୁ ଜନତା ଦଳ ସହ ଯୋଡ଼ି ହୋଇ ରହିଥିଲେ। ସେ ଜଣେ ଅତ୍ୟନ୍ତ ନିଷ୍ଠାବାନ ଓ ଦକ୍ଷ ସଂଗଠକ ଥିଲେ। ଦଳୀୟ କର୍ମୀମାନଙ୍କ ସହ ତାଙ୍କର ଆତ୍ମୀୟତା ଓ ଘନିଷ୍ଠ ସମ୍ପର୍କ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ବଡ଼ କ୍ଷତି।”ସ୍ୱର୍ଗତ ସନ୍ଧ୍ୟାରାଣୀ ବିଶ୍ୱାଳ ଆନ୍ତରିକତାର ସହ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ବିଶେଷକରି ମହିଳା ସଂଗଠନକୁ ସୁଦୃଢ଼ କରିବାରେ ତାଙ୍କର ଅବଦାନ ସଦାସର୍ବଦା ସମ୍ମାନର ସହ ସ୍ମରଣ କରାଯିବ। ମୁଁ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ହୃଦୟରୁ ସମବେଦନା ଜଣାଉଛି।”

ଏହି ଶୋକସଭାରେ ଇପ୍ସିତା ସାହୁ, ଡ଼ ଲେନିନ ମହାନ୍ତି, ଡ଼ ପ୍ରିୟବ୍ରତ ମାଝୀ, ବିଜୟ ନାୟକ, ଅନନ୍ତ ନାରାୟଣ ଜେନା, ସୁରେନ୍ଦ୍ରନାଥ ମହାପାତ୍ର, ନାରାୟଣ ଜେନା, ସୁଲୋଚନା ଦାସ, କୁ୍ୟ ସୁଲତାନା, ସଞ୍ଜୁକ୍ତା ମହାନ୍ତି, ସ୍ନେହାଞ୍ଜଳି ମହାନ୍ତି, ପ୍ରୀତିନନ୍ଦା ରାଉତରାୟ, ଜ୍ୟୋତ୍ସ୍ନା ପରିଡ଼ା, ରାଣା ଗଡ଼ନାୟକ, ସ୍ୱର୍ଣ୍ଣଲତା ସାମଲ, ତିଳୋତ୍ତମା ଚୌଧୁରୀ, ମଧୁସ୍ମିତା ଦାଶ, ବାସନ୍ତୀ ସାହୁ, ଶାନ୍ତିଲତା ସାହୁ, ଲୋରା ମହାପାତ୍ର, ଭାରତୀ ସିଂହ, ସୁସ୍ମିତା ଦାସ, ଚିନ୍ମୟୀ ଦାସ, ସାଗରିକା ସ୍ୱାଇଁ, ମାନସୀ ସୁନ୍ଦରାୟ, ଈଲା ସ୍ୱାଇଁ, ସ୍ମିତା ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Back to top button