Breaking Newsଓଡ଼ିଶା

ମଧ୍ୟପ୍ରଦେଶରେ ୮ ଜଣ ଓଡ଼ିଆ ମୃତ

ଏକାସାଙ୍ଗରେ ଆଖି ବୁଜିଲେ ଗୋଟିଏ ପରିବାରର ୮ ଜଣ | ଖୁସିରେ ବୁଲିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ | ହେଲେ ବାଟରେ ଛକିଥିଲା ଯମ | ରଣାର ପ୍ରଖର ସ୍ରୋତରେ ଏକ କାର୍‌ ଭାସିଯିବାରୁ ୮ ଜଣ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ମୃତକଙ୍କ ମଧ୍ୟରେ ୩ ଜଣ ପିଲା, ୨ ଜଣ ମହିଳା ଓ ୩ ଜଣ ପୁରୁଷ ରହିଛନ୍ତି। ଆଉ ସମସ୍ତେ ଭୁବନେଶ୍ୱରର ଜୟଦେବ ବିହାର ଅଞ୍ଚଳର | ଏହି ଘଟଣା ପରେ ଶୋକର ଛାୟା ଖେଳିଯାଇଛି |

ସୂଚନା ଅନୁସାରେ, ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲା ନଲଖେଡ଼ା ଅଞ୍ଚଳର ଏକ ଝରଣାରେ ଏହି ଅଘଟଣ ଘଟିଛି। ଉଜ୍ଜୟିନୀରୁ ବଗଲାମୁଖୀ ମନ୍ଦିର ଦର୍ଶନ ପାଇଁ ଏହି ପର୍ଯ୍ୟଟକମାନେ କାର୍‌ ଯୋଗେ ଯାଉଥିଲେ।ତେବେ ଝରଣା ଅତିକ୍ରମ କରିବା ସମୟରେ ପ୍ରଖର ଜଳସ୍ରୋତରେ କାର୍‌ଟି ଭାସିଯାଇଥିବା ଜଣାପଡ଼ିଛି। କାର୍‌ରେ ଥିବା ସମସ୍ତ ୮ ଜଣ ଓଡ଼ିଆ ପର୍ଯ୍ୟଟକ ଜଳସ୍ରୋତରେ ଭାସିଯାଇ ପ୍ରାଣ ହରାଇଛନ୍ତି।

ଅଗର ମାଲୱା ଏସ୍‌ପି ଦିଲୀପ କୁମାର ସୋନିଙ୍କ କହିବା ଅନୁସାରେ, ପାଣିର ସ୍ରୋତ ଜୋର ଥିବା ସତ୍ତ୍ୱେ ଡ୍ରାଇଭର ତରବରିଆ ଭାବେ ନାଳ ପାର ହେବାକୁ ଚେଷ୍ଟା କରିଥାଇପାରନ୍ତି । ଫଳରେ ଏହି ଦୁର୍ଘଟଣା ଘଟିଥିବା ପ୍ରାଥମିକ ଭାବେ ଅନୁମାନ କରାଯାଉଛି । ଘଟଣା ପରେ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ।

Related Articles

Back to top button