ଓଡ଼ିଶା

କେଉଁଠୁ ଆସିଲେ ଓରାଙ୍ଗଉଟାନ ? ଅନ୍ୟ ରାଜ୍ୟର ସହାୟତା ନେବ ଓଡ଼ିଶା ପୋଲିସ |

କେଉଁଠୁ ଓଡ଼ିଶାକୁ ଆସିଲେ ଓରାଙ୍ଗଉଟାନ? କିଏ କରୁଥିଲେ ଚାଲାଣ ? ଖୋଲିବ ଏହି କଳାକାରନାମାର ଗୁମର | ଏ ନେଇ ଖୋଳତାଡ଼ କରୁଛି ପୋଲିସ | ତଦନ୍ତରେ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ଓଡ଼ିଶା STFକୁ ସହଯୋଗ କରୁଛି କିନ୍ତୁ ଏହି ତଦନ୍ତ ଦିଗରେ ପାଦେ ଆଗକୁ ବଢିଛି ଓଡ଼ିଶା STF। ମାମଲାରେ ଆସାମ, ମିଜୋରାମ ଓ ମହାରାଷ୍ଟ୍ର ପୋଲିସର ସହାୟତା ନେଇ ଦୋଷୀଙ୍କୁ ଧରିବାକୁ ପ୍ଲାନ କରାଯାଇଥିବା କୁହାଯାଉଛି | କାରଣ ପୂର୍ବରୁ ଏହି ରାଜ୍ୟଗୁଡ଼ିକରେ ଉଦ୍ଧାର ହୋଇଥିଲେ ଓରାଙ୍ଗଉଟାନ |

୨୦୨୨ରେ ଆସାମର କାଚାର ଜିଲ୍ଲାରୁ ୨ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲେ । ୨୦୨୩ ଅକ୍ଟୋବରରେ ମିଜୋରାମର ଆଇଜଲ ଜିଲ୍ଲାରୁ ଆଉ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ସେହିପରି ୨୦୨୪ରେ ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋମ୍ବିଭଲିର ଏକ ଆପାର୍ଟମେଣ୍ଟରୁ ଗୋଟିଏ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା। ଆଉ ବାଲେଶ୍ୱର ଜଙ୍ଗଲରୁ ୫ ଶିଶୁ ଓରାଙ୍ଗଉଟାନ ମିଳିବା ପରେ ବନ୍ୟଜୀବ କାରବାରରେ ଅନ୍ତର୍ଜାତୀୟ ଲିଙ୍କ୍ ସନ୍ଦେହ ବଢ଼ିଛି। ଯେଉଁ ରାଜ୍ୟଗୁଡ଼ିକରୁ ପୂର୍ବରୁ ଓରାଙ୍ଗଉଟାନ ଉଦ୍ଧାର ହୋଇଥିଲା ସେହି ରାଜ୍ୟର ଅଧିକାରୀଙ୍କ ସହ ଯୋଗାଯୋଗ କରାଯିବ।

STF ପୂର୍ବରୁ ପାଇଥିବା CCTV ଫୁଟେଜରେ ବାଲେଶ୍ୱର ଜଙ୍ଗଲ ନିକଟରେ ଏକ କଳା ଏସୟୁଭି ଯାଉଥିବା ଦେଖିବାକୁ ମିଳିଥିଲା। ଏହି ଗାଡ଼ିରେ ଓରାଙ୍ଗଉଟାନଗୁଡ଼ିକୁ ଓଡ଼ିଶାକୁ ଅଣାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଦୀଘାର ଏକ ହୋଟେଲ ପର୍ଯ୍ୟନ୍ତ ଏହି ଥାର ଗାଡ଼ିକୁ ଟ୍ରାକ୍ କରିଛି। ତେବେ ଗାଡ଼ିରେ ଥିବା ବ୍ୟକ୍ତିମାନେ ଓରାଙ୍ଗଉଟାନ ଗୁଡ଼ିକୁ ବାଲେଶ୍ୱର ଜଙ୍ଗଲରେ ନେଇ ଛାଡ଼ିବା ଘଟଣାରେ ସମ୍ପୃକ୍ତ କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।…

 

Related Articles

Back to top button