ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା

ଭୁବନେଶ୍ୱର ,ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଏସୀୟ କ୍ରୀଡ଼ା ଖେଳାଯିବ। ଏଥିରେ ଟ୍ବେଣ୍ଟି୨୦ କ୍ରିକେଟ ସ୍ଥାନ ପାଇଛି। ଉଭୟ ପୁରୁଷ ଓ ମହିଳା ବର୍ଗରେ, ଟ୍ବେଣ୍ଟି୨୦ କ୍ରିକେଟ ଖେଳାଯିବ। ପ୍ରତିଯୋଗିତା ଆରମ୍ଭର ଦୁଇ ଦିନ ପୂର୍ବରୁ, ମହିଳା କ୍ରିକେଟ ଖେଳାଯିବ।ଭାରତୀୟ ପୁରୁଷ ଓ ମହିଳା ଦଳ ସିଧାସଳଖ, କ୍ବାର୍ଟରଫାଇନାଲ ଖେଳିବେ। ଭାରତୀୟ ମହିଳା ଦଳ ସେପ୍ଟେମ୍ବର ୧୭ରୁ, ଅଭିଯାନ ଆରମ୍ଭ କରିବ। ହରମନପ୍ରୀତ କୌରଙ୍କ ନେତୃତ୍ବାଧିନ ଭାରତୀୟ ମହିଳା ଦଳ ,ସେପ୍ଟେମ୍ବର ୧୭ରେ କ୍ବାର୍ଟରଫାଇନାଲ ଜାପାନ ସହ ଖେଳିବ। ପୁରୁଷ ବିଭାଗ ପ୍ରାରମ୍ଭିକ ଗ୍ରୁପ ଲିଗ୍ ମ୍ୟାଚ, ସେପ୍ଟେମ୍ବର ୨୪ରୁ ଖେଳାଯିବ। ପ୍ରାରମ୍ଭିକ ଲିଗ୍ରେ ମୋଟ୍ ୬ଟି ଦଳ ଖେଳିବେ। ଗ୍ରୁପ୍ ‘ଏ’ରେ ଆଫ୍ଗାନିସ୍ତାନ, ଜାପାନ ଓ ନେପାଳ ରହିଥିବା ବେଳେ ଗ୍ରୁପ୍ ‘ବି’ରେ ହଂକଂ, ମାଲେସିଆ ଓ ଓମାନ୍ ରହିଛନ୍ତି। ଦୁଇଟି ଗ୍ରୁପ୍ରୁ ୪ଟି ଦଳ କ୍ବାର୍ଟରଫାଇନାଲକୁ, ଉନ୍ନୀତ ହେବେ। ଭାରତ, ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ସିଧା କ୍ବାର୍ଟରଫାଇନାଲ ଖେଳିବେ। ଶ୍ରେୟସ ଆୟରଙ୍କ ନେତୃତ୍ବାଧିନ ଭାରତ ସେପ୍ଟେମ୍ବର, ୨୮ରେ କ୍ବାର୍ଟରଫାଇନାଲ ଖେଳିବ। ସେପ୍ଟେମ୍ବର ୨୮ ଓ ୨୯ରେ କ୍ବାର୍ଟରଫାଇନାଲ, ଅକ୍ଟୋବର ୧ରେ ସେମିଫାଇନାଲ, ୩ରେ କାଂସ୍ୟ ପଦକ ଓ ଫାଇନାଲ ଖେଳାଯିବ।ଜାପାନର, ଆଇଚି-ନୋଗୋୟାରେ ଟ୍ବେଣ୍ଟି୨୦ କ୍ରିକେଟ ସ୍ଥାନ ପାଇଛି।




