ଅନ୍ତର୍ଜାତୀୟରାଜନୀତି
ବ୍ରିକ୍ସ ବୈଠକରେ ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ଭୁବନେଶ୍ୱର ,ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକରେ, ଯୋଗ ଦେବେ।
ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧିମାନେ, ଯୋଗଦେଇ ଶିକ୍ଷା କ୍ଷେତ୍ରରେ ସହଯୋଗ ଓ ଭବିଷ୍ୟତ ଯୋଜନା ନେଇ ଆଲୋଚନା କରିଥିଲେ।
ଏହି ବୈଠକରେ ବ୍ରାଜିଲ, ରୁଷ, ଭାରତ, ଚୀନ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇରାନ, ଇଥିଓପିଆ ଏବଂ ୟୁଏଇ ସମେତ, ବ୍ରିକ୍ସ ସଦସ୍ୟ ଦେଶର ବରିଷ୍ଠ ଅଧିକାରୀ ଏବଂ ପ୍ରତିନିଧିମାନେ ଯୋଗ ଦେଇଥିଲେ।
ବୈଠକର ପ୍ରଥମ ଦିନରେ ଶିକ୍ଷା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ, ଏକାଧିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ପ୍ରାକ୍ ଶୈଶବ ଯତ୍ନ ଓ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା ଓ ଉଦ୍ଭାବନ, ଯୋଗ୍ୟତା ଓ ଶିକ୍ଷାଗତ ନେତୃତ୍ୱର ଆପୋସ ମାନ୍ୟତା ସମେତ, ପ୍ରମୁଖ ପ୍ରାଥମିକତା ଉପରେ, ବୈଠକରେ ବିଚାରବିମର୍ଶ କରାଯିବ।




