Uncategorized

ଲଗାଣ ବର୍ଷାରେ ବେହାଲ ମାଲକାନଗିରି: ୨୪ ଘଣ୍ଟାରେ ୩୧୫ ମିମି ବର୍ଷା

ଭୁବନେଶ୍ବର: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ସାଧାରଣ ଜନଜୀବନ। ଆକାଶ ମେଘାଚ୍ଛନ୍ନ ରହିବା ସହ ବର୍ଷା ଥମିବାର ନାଁ ନେଉନାହିଁ। ଗାଁରୁ ସହର, ରାସ୍ତାଘାଟରୁ ତଳିଆ ଅଞ୍ଚଳ- ସବୁଠି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୩୧୫.୮ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ହାରାହାରି ବର୍ଷା ପରିମାଣ ୪୫.୧ ମିମି ରହିଛି। ବର୍ଷା ଯୋଗୁଁ ମାଲକାନଗିରି ସହରର ଦୀପ୍ତି କନଭେଣ୍ଟ ସ୍କୁଲ ସମ୍ମୁଖ ରାସ୍ତାରେ ବର୍ଷାପାଣି ଜମି ରହିବାରୁ ସ୍କୁଲ ଆସୁଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସେହିପରି ମାନକାନଗିରି ପୌରପାଳିକା ସାମ୍ନାରେ ଥିବା ଜାତୀୟ ରାଜପଥ ଉପରେ ଆଣ୍ଠୁଏ ଉଚ୍ଚର ନାଳ-ନର୍ଦ୍ଦମା ପାଣି ବୋହୁଥିବା ଦେଖିବାକୁ ମିଳିଛି। ଡ୍ରେନେଜ ବ୍ୟବସ୍ଥାର ଶୋଚନୀୟ ସ୍ଥିତି ଓ ପୌରପାଳିକାର ଅବହେଳାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Related Articles

Back to top button