Uncategorized

ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ଏମ୍ସ ନିକଟରୁ ସୁନା ଚେନ୍ ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। କିଛିଦିନର ବ୍ୟବଧାନ ପରେ ପୁଣି ଏକ ସାଂଘାତିକ ଲୁଟପାଟ୍‌ ଘଟଣା ସାମ୍ନାକୁ ଆସିଛି। ଆଜି ଭୁବନେଶ୍ୱର ଏମ୍ସ ନିକଟରେ ଜଣେ ମହିଳାଙ୍କ ଠାରୁ ଦୁର୍ବୃତ୍ତମାନେ ସୁନା ଚେନ୍ ଲୁଟି ନେଇଛନ୍ତି। ଲୁଟ୍‌ ସମୟରେ ମହିଳା ଜଣକ ନିରବ ନରହି ସାହସର ସହ ପ୍ରତିରୋଧ କରିଥିଲେ ଏବଂ ଲୁଟେରାଙ୍କୁ ଗୋଡ଼ାଇଥିଲେ। ମହିଳାଙ୍କ ପ୍ରତିରୋଧ ଯୋଗୁଁ ବାଇକ୍‌ ପଛରେ ବସିଥିବା ଜଣେ ଲୁଟେରା ରାସ୍ତାରେ ଖସିପଡ଼ିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ତାକୁ କାବୁ କରି ପୋଲିସ୍‌ ଜିମା ଦେଇଛନ୍ତି। ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି, ଗିରଫ ଲୁଟେରା ନିକଟରୁ ଏକ ବନ୍ଧୁକ ଏବଂ କିଛି ନିଶା ସାମଗ୍ରୀ ଜବତ କରାଯାଇଛି। ତେବେ ଏମ୍ସ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦିନଦ୍ୱିପ୍ରହରରେ ଆଗ୍ନେୟାସ୍ତ୍ର ଦେଖାଇ ଲୁଟପାଟ୍‌ କରିବା ଘଟଣା ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Articles

Back to top button