Uncategorized
ସାଳନ୍ଦୀ ନଦୀ ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ : ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ଚଳିତ ଲଘୁଚାପ ପ୍ରଭାବ ସମ୍ପର୍କରେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଶେଷକରି ସାଳନ୍ଦୀ ନଦୀ ପାଇଁ ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି। ସାଳନ୍ଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ତିହିଡ଼ି ଓ ଚାନ୍ଦବାଲିର କିଛି ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି।ଅନ୍ୟପଟେ ବ୍ରାହ୍ମଣୀ ଓ ମହାନଦୀରେ ବନ୍ୟା ହେବାର ସମ୍ଭାବନା ନାହିଁ। ବୈତରଣୀ ନଦୀରେ ପାଣି ବଢ଼ିଲେ ହେଁ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ। ତେବେ ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଏହା ସତର୍କ ସଂକେତ ଛୁଇଁପାରେ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୭ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି।




