Uncategorized

ସଂସଦରେ ଯେକୌଣସି ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ଅମିତ ଶାହ

ନୂଆଦିଲ୍ଲୀ: ସଂସଦରେ ଆଲୋଚନା ନେଇ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, “ସତ୍‌ସାହସ ଥିଲେ ଆଜି ଅପରାହ୍ନ ୨ଟା ସୁଦ୍ଧା ବାଚସ୍ପତିଙ୍କୁ ପ୍ରସ୍ତାବ ଦିଅନ୍ତୁ। ଆଜି ଅପରାହ୍ନ ୩ଟାରୁ କାଲି ଅପରାହ୍ନ ୩ଟା ଯାଏ ବିବୃତି ରଖିବାକୁ ମୁଁ ପ୍ରସ୍ତୁତ।” ସଂସଦରେ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ବିଧି ବ୍ୟବସ୍ଥା ରହିଛି ଏବଂ ଯଦି ବାଚସ୍ପତି ଅନୁମତି ଦିଅନ୍ତି, ତେବେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାତିଲ କରି ଦେଶବାସୀଙ୍କୁ ସବୁକିଛି ଅବଗତ କରାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି। ତେଣୁ ବିରୋଧୀ ହଟ୍ଟଗୋଳ କରିବେ ନା ଆଲୋଚନା କରିବେ, ତାହା ସ୍ଥିର କରନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି। ଅନ୍ୟପଟେ, ଶ୍ରୀ ଶାହଙ୍କ ମନ୍ତବ୍ୟର ଜବାବ ଦେଇ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ବିରୋଧୀ ଦଳ ଅମିତ ଶାହଙ୍କ ଭାଷଣ ଶୁଣିବାକୁ ଆଗ୍ରହୀ ନୁହଁନ୍ତି; ବରଂ ପ୍ରତିବାଦ କରୁଥିବା ଛାତ୍ରମାନଙ୍କ ପ୍ରତି ହୋଇଥିବା ବ୍ୟବହାରର ଉତ୍ତର ଚାହାନ୍ତି। ଛାତ୍ରମାନଙ୍କ ଉପରକୁ କଣ୍ଟା ଲଗା ଲାଠିଚାଳନା ପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଯଦି ଗୃହମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି, ତେବେ ସେ ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ରାହୁଲ ଦାବି କରିଛନ୍ତି। ଏଥିସହ, ଗତ ୨୦ ଦିନ ଧରି ଗୃହମନ୍ତ୍ରୀ ସଂସଦକୁ ଆସୁନଥିଲେ ଏବଂ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ତାଙ୍କର ସତ୍‌ସାହସ ନାହିଁ ବୋଲି ସେ କଟାକ୍ଷ କରିଛନ୍ତି।

Related Articles

Back to top button