ଅନ୍ୟାନ୍ୟପାଣିପାଗ

ଆସନ୍ତା ୨୪ ଘଣ୍ଟା ପାଇଁ ପୁରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ,ଆସନ୍ତା ୨୪ ଘଣ୍ଟା ପାଇଁ ପୁରା ରାଜ୍ୟକୁ, ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ଜିଲ୍ଲାକୁ ଛାଡି ବାକି ସବୁ ଜିଲ୍ଲାରେ, ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା, ଜାରି କରାଯାଇଛି। ୧୪ ତାରିଖ ପର୍ଯ୍ୟନ୍ତ ପୁରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୧୫ ଏବଂ ୧୬ ତାରିଖରେ ପଶ୍ଚିମ ଓ ଉତ୍ତର ଓଡି଼ଶାର କିଛି ଜିଲ୍ଲାରେ, ବର୍ଷା ନେଇ ପୂର୍ବାନୁମାନ କରିଛି, ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ଉପରେ ,ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ, ଏହା ସମୁଦ୍ର ପତ୍ତନରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି।ଆସନ୍ତାକାଲି ଉତ୍ତର-ପଶ୍ଚିମ, ବଙ୍ଗୋପସାଗରରେ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି।

Related Articles

Back to top button