
ଭୁବନେଶ୍ୱର,ସ୍ବଚ୍ଛ ଭାରତ ମିଶନ୍ ଅନ୍ତର୍ଗତ କେମ୍ପ୍ରସଡ୍ ବାୟୋ ଗ୍ୟାସ୍ ପ୍ଲାଣ୍ଟ, ପ୍ରତିଷ୍ଠା ସହଜ ହେବ। ଏଥିପାଇଁ ନଗର ଉନ୍ନୟନ ବିଭାଗକୁ ନୋଡାଲ ଏଜେନ୍ସି,, ନିଯୁକ୍ତ କରାଯାଇଛି। ଏହି ନୀତି ଦ୍ବାରା ରାଜ୍ୟ ସରକାରଙ୍କ ଉପରେ, ଆର୍ଥିକ ବୋଝ ପଡ଼ିବ ନାହିଁ ଏବଂ ଘରୋଇ ପୁଞ୍ଜିନିବେଶ ହେବ। ଏଥିସହ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁମୋଦନ ଶୁଳ୍କ ଉପରେ ସରକାର ରିଆତି ପ୍ରଦାନ କରିବେ।ସାରା ରାଜ୍ୟରେ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ ଓ କେମ୍ପ୍ରସଡ୍ ନ୍ୟାଚୁରାଲ ଗ୍ୟାସ ଯୋଗାଣ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ରାଜ୍ୟ କ୍ୟାବିନେଟ, ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସମ୍ପ୍ରତି ଏଥିପାଇଁ ବିଭିନ୍ନ ସଂସ୍ଥାଠାରୁ ଅନୁମତି ନେବାକୁ ହେଉଥିବା ବେଳେ ସମନ୍ବିତ ନୀତିର ଅଭାବ ରହିଥିଲା। ତେବେ ନୂଆ ନୀତି ଅନୁସାରେ, ପିଏନ୍ଜି ଓ ସିଏନ୍ଜି ଭିତ୍ତିଭୂମି ନିର୍ମାଣ ପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବ। ଅନୁମତି ନେବା ସହଜ ହେବ ଏବଂ ଧାର୍ଯ୍ୟ ସମୟ ଭିତରେ, ପ୍ରକଳ୍ପ ସମ୍ପୂର୍ଣ୍ଣ ହେବ।ରାଜ୍ୟ କ୍ୟାବିନେଟ ଆପାର୍ଟମେଣ୍ଟ ପଞ୍ଜୀକରଣ ନିୟମରେ, ସଂଶୋଧନ କରିଛନ୍ତି। ଏହାଦ୍ବାରା ଆପାର୍ଟମେଣ୍ଟର ସାଧାରଣ ଅଞ୍ଚଳ ର ତିନି ପ୍ରକାର ଶୁଳ୍କ ବ୍ୟବସ୍ଥା ବଦଳରେ, ଗୋଟିଏ ଶୁଳ୍କ ଦେବାକୁ ହେବ। କଟକ ସହରରେ କାଠଯୋଡ଼ି ନଦୀ ଉପରେ ବର୍ତ୍ତମାନ ଥିବା ସେତୁ ସହ ସମାନ୍ତର ଭାବେ ନୂଆ ସେତୁ ନିର୍ମାଣ କରାଯିବ। ଫଳରେ କଟକ-ଭୁବନେଶ୍ବର ଜାତୀୟ ରାଜପଥରେ ଗାଡ଼ି ଭିଡ଼ ହ୍ରାସ ପାଇବ। ଏହି ପ୍ରକଳ୍ପ ପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।




