Uncategorized

ଅରବିନ୍ଦ କେଜ୍ରିୱାଲଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଉପରେ କଟକଣା ଅଭିଯୋଗ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ‘ମେଟା’ର କାର୍ଯ୍ୟଶୈଳୀ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଭାରତରେ ତାଙ୍କର ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଉପରେ କଟକଣା ଲଗାଯାଇଥିବା ସେ ଦାବି କରିଛନ୍ତି। ଏ ନେଇ ନିଜ ‘ଏକ୍ସ’ (X) ହ୍ୟାଣ୍ଡଲରେ ଏକ ପୋଷ୍ଟ ଶେୟାର କରି ସେ ମେଟା କମ୍ପାନୀ ଏବଂ କେନ୍ଦ୍ର ସରକାର ଉଭୟଙ୍କୁ କଡ଼ା ସମାଲୋଚନା କରିଛନ୍ତି।କେଜ୍ରିୱାଲ କହିଛନ୍ତି ଯେ, ସେ ମେଟାର ଭାରତସ୍ଥିତ କାର୍ଯ୍ୟାଳୟ ସହ ମୌଖିକ ଭାବେ ଯୋଗାଯୋଗ କରିଥିଲେ। ହେଲେ ତାଙ୍କ ଆକାଉଣ୍ଟକୁ ଭାରତରେ ବ୍ଲକ୍ କିମ୍ବା କଟକଣା ଭିତରେ ରଖାଯାଇଥିବା ସେଠାରୁ ଜଣାପଡ଼ିଥିଲା।

Related Articles

Back to top button