Uncategorized

ଭୁବନେଶ୍ୱରରୁ ଚୋରା ମୋବାଇଲ୍‌ ରାକେଟ୍‌ ପର୍ଦ୍ଦାଫାଶ: ସ୍କୁଟି ଓ ୨୬ ମୋବାଇଲ୍‌ ସହ ୩ ଗିରଫ

ଭୁବନେଶ୍ୱର: ପରୀକ୍ଷା କେନ୍ଦ୍ର ବାହାରେ ଅଭିଭାବକର ଚେହେରା ଦେଖାଇ ସ୍କୁଟି ଓ ମୋବାଇଲ୍ ଚୋରି କରୁଥିବା ଏକ ଚାଲାକ୍‌ ଗ୍ୟାଙ୍ଗର ପରଦାଫାଶ କରିଛି ଇନଫୋସିଟି ଥାନା ପୋଲିସ। ଏହି ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମୁଖ୍ୟ ଅଭିଯୁକ୍ତ ଥିବା ବେଳେ ଅନ୍ୟ ଦୁଇଜଣ ଚୋରି ସାମଗ୍ରୀ କ୍ରୟ ଓ ବିକ୍ରିରେ ସହଯୋଗ କରୁଥିବା ସହଯୋଗୀ। ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ନନ୍ଦନକାନନ ଥାନା ଗଣ୍ଡରପୁର ମାଝୀ ସାହିର ଦୁଷ୍ମନ୍ତ ସୁବୁଦ୍ଧି (୩୫)। ଅନ୍ୟ ଦୁଇ ସହଯୋଗୀ ହେଲେ ବଡ଼ଗଡ଼ ବ୍ରିଟ କଲୋନିରେ ରହୁଥିବା କେନ୍ଦୁଝରର ରାକେଶ କୁମାର ସାହୁ (୨୮) ଓ ନନ୍ଦନକାନନ ଅଞ୍ଚଳର ମାନସ ବେହେରା (୩୦)।ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ସ୍କୁଟି, ୨୬ଟି ଚୋରା ମୋବାଇଲ୍‌ ସହ ୪୩ଟି ମୋବାଇଲ୍‌ ଡିସପ୍ଲେ ଓ ମଦରବୋର୍ଡ ଜବତ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।

Related Articles

Back to top button