Uncategorized

ଭୂକମ୍ପରେ ଦୋହଲିଲା ମେକ୍ସିକୋ: ତୀବ୍ରତା ୭.୩ ରେକର୍ଡ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଦୋହଲିଯାଇଛି ମେକ୍ସିକୋ। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଥିବା ବେଳେ ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୁନାମି ସତର୍କତା ଜାରି କରାଯାଇଛି। ଶୁକ୍ରବାର ଦକ୍ଷିଣ ମେକ୍ସିକୋ ଏବଂ ଗୁଆଟେମାଲା ସୀମାନ୍ତବର୍ତ୍ତୀ ପ୍ରଶାନ୍ତ ମହାସାଗରୀୟ ଉପକୂଳରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁଯାୟୀ, ଭୂମିକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ମେକ୍ସିକୋ ସିଟିଠାରୁ ଆରମ୍ଭ କରି ଏଲ୍ ସାଲଭାଡୋର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳ ଦୋହଲି ଉଠିଥିଲା। ଭୟରେ ଲୋକମାନେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ଏହି ପ୍ରଳୟଙ୍କରୀ ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ଅତି ବିପଜ୍ଜନକ ସୁନାମି ସ୍ରୋତ ଆସିବାର ଆଶଙ୍କା ଥିବାରୁ ହାଇ-ଆଲର୍ଟ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଚିଆପାସ୍ ଉପକୂଳ ନିକଟସ୍ଥ ଆକ୍ୱିଲ୍ସ ସେରଡାନ୍ ଠାରୁ ପ୍ରାୟ ୪୮ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଏବଂ ଭୂପୃଷ୍ଠରୁ ପ୍ରାୟ ୧୫ କିଲୋମିଟର ଗଭୀରତାରେ ରହିଥିଲା।

Related Articles

Back to top button