Uncategorized
ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ତେଜିଲା ବିବାଦ
ଭୁବନେଶ୍ବର: ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ବିବାଦ ପୁଣି ତୀବ୍ର ହୋଇଛି। ପ୍ରକଳ୍ପ ପାଇଁ ଜମି ଖାଲି କରିବାକୁ ଆଜି ପ୍ରକଳ୍ପ ପ୍ରଶାସନ ଓ ପୁଲିସ ଫୋର୍ସ ବଲାଙ୍ଗୀରର ତବଲାବାଞ୍ଜି ଗାଁରେ ପହଞ୍ଚିଥିଲେ। ତେବେ ଗ୍ରାମବାସୀଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବା ପରେ ପୁଲିସ କିଛି ମହିଳା ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି। ଅନ୍ୟପଟେ ଗ୍ରାମବାସୀ ନିଜ ଦାବିରେ ଅଟଳ ରହିଛନ୍ତି। ଗାଁର ଆଂଶିକ ଭାଗ ଜଳମଗ୍ନ ହେଉଥିବା ବେଳେ ବାକି ଲୋକେ ଗାଁ ଭିତରେ କିପରି ରହିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ବିସ୍ଥାପିତଙ୍କ ପାଇଁ ଜମି ଚିହ୍ନଟ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଘର ନିର୍ମାଣ ହୋଇନାହିଁ। ଏହାଛଡ଼ା ପୁନର୍ବାସ ସର୍ଭେରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ନୂଆ କରି ସର୍ଭେ କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।




