Uncategorized

ମିସ୍ ୱାର୍ଲ୍ଡ- ୨୦୨୬ ମୁକୁଟ ବିଜୟିନୀ ହେଲେ ଜୋହେରୀ ମୋଲା

ନୂଆଦିଲ୍ଲୀ: ଭିଏତନାମ୍‌ରେ ଅନୁଷ୍ଠିତ ୭୩ତମ ଅନ୍ତର୍ଜାତୀୟ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେରେ ଡୋମିନିକାନ ରିପବ୍ଲିକର ଜୋହେରୀ ମୋଲା ‘ମିସ୍ ୱାର୍ଲ୍ଡ ୨୦୨୬’ ମୁକୁଟ ପିନ୍ଧିଛନ୍ତି। ୧୧୦ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ଇରିଟ୍ରିଆ, ସ୍ପେନ, ମାଲେସିଆ, ଭିଏତନାମ, ଡୋମିନିକାନ ରିପବ୍ଲିକ ଏବଂ ଦକ୍ଷିଣ ଆଫ୍ରିକାର ସୁନ୍ଦରୀମାନେ ଶୀର୍ଷ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ। ସ୍ପେନ୍‌ର ଏଲିସାବେଥ୍‌ ରେନେସ୍‌ ଆଲାବେର୍ନ ପ୍ରଥମ ରନର-ଅପ୍‌ ହୋଇଥିବା ବେଳେ ମାଲେସିଆର ତାନୁସିୟା ଚେଟ୍ଟି ଦ୍ୱିତୀୟ ରନର-ଅପ୍‌ ବିବେଚିତ ହୋଇଛନ୍ତି। ଭାରତର ପ୍ରତିନିଧି ନିକିତା ପୋରଓ୍ୱାଲ ଶୀର୍ଷ ୪୦ ଫାଇନାଲିଷ୍ଟଙ୍କ ମଧ୍ୟରେ ନିଜ ସ୍ଥାନ ପକ୍କା କରିଥିଲେ। ମିସ୍‌ ୱାର୍ଲଡର ଅଫିସିଆଲ ଓ୍ୱେବ୍‌ସାଇଟ୍‌ ଅନୁଯାୟୀ, ନୂଆ ମିସ୍‌ ୱାର୍ଲଡ ଜୋହିରି ମୋଲା ଜଣେ ପ୍ରଶିକ୍ଷକ, ସମାଜସେବୀ ଓ ଯୋଗାଯୋଗକାରୀ। ସେ ‘ୟୁନିଭର୍ସିଡାଡ ଇବେରୋମେରିକାନା’ରୁ ବିଜ୍‌ନେସ୍‌ ମ୍ୟାନେଜମେଣ୍ଟ ଏବଂ ଆଡମିନିଷ୍ଟ୍ରେଶନରେ ଡିଗ୍ରୀ ହାସଲ କରିଛନ୍ତି।

Related Articles

Back to top button