Uncategorized

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ ଆଶଙ୍କା: ଇରାନ୍‌ର ୫ଟି ତୈଳ ଟ୍ୟାଙ୍କର୍‌କୁ କ୍ଷେପଣାସ୍ତ୍ର ମାଡ଼ କରି ଉଡ଼ାଇଦେଲା ଆମେରିକା

ୱାସିଂଟନ୍: ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ସେନା ଏକ ବଡ଼ ଧରଣର ସାମରିକ ଅଭିଯାନ ଚଲାଇ ଇରାନ୍‌ର ୫ଟି ଅଶୋଧିତ ତୈଳ ଟ୍ୟାଙ୍କର୍‌କୁ ଆକ୍ରମଣ କରି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି। ଗତ ଦୁଇ ଦିନ ମଧ୍ୟରେ ଇରାନ୍‌ର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍’ ଆମେରିକୀୟ ଯୁଦ୍ଧପୋତ ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିବାକୁ ଚେଷ୍ଟା କରିଥିବାରୁ ଏହାର କଠୋର ଜବାବରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଆମେରିକାର କେନ୍ଦ୍ରୀୟ କମାଣ୍ଡ ସ୍ପଷ୍ଟ କରିଛି। ଆମେରିକା କେନ୍ଦ୍ରୀୟ କମାଣ୍ଡର ସୂଚନା ଅନୁଯାୟୀ, ଆକ୍ରମଣର ଶିକାର ହୋଇଥିବା ଟ୍ୟାଙ୍କର୍‌ଗୁଡ଼ିକ ମଧ୍ୟରୁ ୪ଟି ଓମାନ ଉପସାଗରରେ ଏବଂ ଗୋଟିଏ ଖାର୍ଗ ଦ୍ୱୀପ ନିକଟରେ ଗତିପଥରେ ରହିଥିଲା। ତେବେ କ୍ଷେପଣାସ୍ତ୍ର ମାଡ଼ କରିବା ପୂର୍ବରୁ ଆମେରିକୀୟ ସେନା ଟ୍ୟାଙ୍କର୍‌ର କର୍ମଚାରୀମାନଙ୍କୁ ଜାହାଜ ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆକ୍ରମଣ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ସାମରିକ ଓ ଅର୍ଥନୈତିକ ରଣନୀତିର ଏକ ପ୍ରମୁଖ ଅଂଶବିଶେଷ, ଯାହାଦ୍ୱାରା ହର୍ମୁଜ୍ ପ୍ରଣାଳୀ ନିକଟରେ ଇରାନ୍‌ର ଆର୍ଥିକ ସମ୍ବଳ ପ୍ରବାହକୁ ନିରୁତ୍ସାହିତ ତଥା ପଙ୍ଗୁ କରାଯାଇପାରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି।

Related Articles

Back to top button