Uncategorized

ଆଜି ପବିତ୍ର ହେରାପଞ୍ଚମୀ: ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଭୁବନେଶ୍ବର: ଘୋଷଯାତ୍ରା ପରେ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ପବିତ୍ର ‘ହେରାପଞ୍ଚମୀ’ ନୀତି କାନ୍ତି ଥିବାରୁ ସକାଳୁ ଶ୍ରୀକ୍ଷେତ୍ର ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଛି। ହେରାପଞ୍ଚମୀ ହେଉଛି ରଥଯାତ୍ରାର ଅନ୍ୟତମ ପ୍ରଧାନ, ଆକର୍ଷଣୀୟ ଓ ଭାବପୂର୍ଣ୍ଣ ପରମ୍ପରା। ପରମ୍ପରା ଅନୁଯାୟୀ, ଆଜି ସନ୍ଧ୍ୟାରେ ମା’ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବିମାନରେ ବିଜେ କରି ଗୁଣ୍ଡିଚା ମନ୍ଦିର ନିକଟରେ ଥିବା ନନ୍ଦିଘୋଷ ରଥ ପାଖକୁ ଯିବେ। ମହାପ୍ରଭୁ ଶ୍ରୀଜଗନ୍ନାଥ ସାଙ୍ଗରେ ନ ନେଇଥିବାରୁ ଅଭିମାନ କରି ମା’ ଲକ୍ଷ୍ମୀ ନନ୍ଦିଘୋଷ ରଥର କାଠ ଭାଙ୍ଗି (ଖଣ୍ଡେ କାଠ ବାହାର କରି) ଶ୍ରୀମନ୍ଦିରକୁ ବାହୁଡ଼ି ଆସିବାର ପରମ୍ପରା ରହିଛି। ମହାପ୍ରଭୁଙ୍କ ଏହି ଅନନ୍ୟ ମାନବୀୟ ଲୀଳାର ସାକ୍ଷୀ ହେବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁଙ୍କ ସ୍ରୋତ ଛୁଟିଛି। ଶ୍ରଦ୍ଧାଳୁଙ୍କ ବ୍ୟାପକ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗୁଣ୍ଡିଚା ମନ୍ଦିର ଓ ବଡ଼ଦାଣ୍ଡ ପରିସରକୁ ୮ଟି ସେକ୍ଟରରେ ବିଭକ୍ତ କରାଯାଇ ବରିଷ୍ଠ ପୁଲିସ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପର୍ଯ୍ୟାପ୍ତ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related Articles

Back to top button