Uncategorized

୧୭ ସିଆର୍‌ସିସିଙ୍କ ସାମୂହିକ ଇସ୍ତଫା: ମାନସିକ ଚାପ ଓ ଅତ୍ୟଧିକ କାର୍ଯ୍ୟଭାର ଅଭିଯୋଗ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଶିକ୍ଷା ବିଭାଗରେ ଏକ ବଡ଼ ଧରଣର ଅଘଟଣ ସାମ୍ନାକୁ ଆସିଛି। ଜିଲ୍ଲାର ରଙ୍ଗେଲୁଣ୍ଡା ଏବଂ ବ୍ରହ୍ମପୁର ବ୍ଲକରେ କାର୍ଯ୍ୟରତ ୧୭ ଜଣ  ସିଆର୍‌ସିସି ସାମୂହିକ ଭାବେ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ସେମାନେ ଜିଲ୍ଲା ଶିକ୍ଷାଧିକାରୀ (DEO)ଙ୍କୁ ଭେଟି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।ଇସ୍ତଫା ଦେଇଥିବା ସିଆର୍‌ସିସିମାନେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୋଧରେ କେତେକ ଗୁରୁତର ଅଭିଯୋଗ ଆଣିଛନ୍ତି।  କାର୍ଯ୍ୟ କ୍ଷେତ୍ରରେ ଅତ୍ୟଧିକ ମାନସିକ ଚାପ ପ୍ରୟୋଗ କରାଯାଉଥିବା ସେମାନେ ଦର୍ଶାଇଛନ୍ତି। ନିଜର ନିର୍ଦ୍ଧାରିତ କାର୍ଯ୍ୟ ବ୍ୟତୀତ ଅନ୍ୟାନ୍ୟ ଅତିରିକ୍ତ କାର୍ଯ୍ୟଭାର ଲଦି ଦିଆଯାଉଥିବା ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରୁଥିଲେ ସୁଦ୍ଧା ଉପରିସ୍ଥ ଅଧିକାରୀଙ୍କ ପକ୍ଷରୁ ଅକାରଣରେ ତାଗିଦ ଓ କାର୍ଯ୍ୟାନୁଷ୍ଠାନର ଧମକ ମିଳୁଥିବା ସେମାନେ ଅଭିଯୋଗ କରିଛନ୍ତି।

Related Articles

Back to top button