ଅନ୍ୟାନ୍ୟଓଡ଼ିଶା

ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

ଭୁବନେଶ୍ୱର ,ଗତକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନଙ୍କ ଅଧ୍ୟକ୍ଷତାରେ, ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRର ଫର୍ମ ବଣ୍ଟନ ଓ ସଂଗ୍ରହ, ଡିଜିଟାଇଜେସନର, ଅଗ୍ରଗତି ଏବଂ ଚିଠା ଭୋଟର ତାଲିକା ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା। ଚିଠା ଭୋଟର ତାଲିକା ପ୍ରକାଶ ପରେ, ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ନୂଆ ନାମ ଯୋଡ଼ିବା ପାଇଁ ଫର୍ମ–୬, ନାମ ବାଦ୍ ଦେବା ପାଇଁ ଫର୍ମ–୭ ଏବଂ ସଂଶୋଧନ ପାଇଁ, ଫର୍ମ–୮ ବ୍ୟବହାର କରାଯିବ।ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଙ୍କୁ ଚିଠା ଭୋଟର ତାଲିକା ଯାଞ୍ଚ କରି ଦାବି ଓ ଆପତ୍ତି ପ୍ରକ୍ରିୟାରେ ସହଯୋଗ କରିବାକୁ, ଅନୁରୋଧ କରିଛନ୍ତି। ଯାହାଦ୍ୱାରା କୌଣସି ଯୋଗ୍ୟ ଭୋଟର, ବାଦ୍ ନ ପଡ଼ନ୍ତି ଏବଂ ଭୋଟର ତାଲିକା ତ୍ରୁଟିଶୂନ୍ୟ ରହିପାରିବ।

Related Articles

Back to top button