Uncategorized

ସାଇବର ଠକେଇର ଶିକାର ହେଲେ କ୍ଷତିପୂରଣ ଦେବେ ଆରବିଆଇ

ଭୁବନେଶ୍ୱର: ସାଇବର ଠକେଇର ଶିକାର ହେଉଥିବା ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର। ଆସନ୍ତା ୨୦୨୭ ବର୍ଷରୁ ସାରା ଦେଶରେ ଏକ ନୂଆ ବ୍ୟବସ୍ଥା ପାଇଲଟ୍ ପ୍ରକଳ୍ପ ଭାବେ ଲାଗୁ ହେବାକୁ ଯାଉଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଏହି ନୂଆ ନିୟମ ଅନୁଯାୟୀ, କୌଣସି ଗ୍ରାହକ ସାଇବର ଠକେଇର ଶିକାର ହେଲେ ତାଙ୍କୁ ମୋଟ କ୍ଷତିର ୮୫ ପ୍ରତିଶତ କିମ୍ବା ସର୍ବାଧିକ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ମିଳିପାରିବ। ପ୍ରାଥମିକ ପର୍ଯ୍ୟାୟରେ ୨୦୨୭ରୁ ମାତ୍ର ବର୍ଷକ ପାଇଁ ଏହି ନିୟମ କାର୍ଯ୍ୟକାରୀ କରାଯିବ। ତେବେ ଠକେଇର ପରିମାଣ ସର୍ବାଧିକ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇଥିଲେ ହିଁ ଏହି ସୁବିଧା ମିଳିବ। ଜଣେ ଗ୍ରାହକ ତାଙ୍କ ଜୀବନକାଳ ମଧ୍ୟରେ କେବଳ ଗୋଟିଏ ଥର ପାଇଁ ଏହି ଆର୍ଥିକ ସହାୟତାର ଲାଭ ଉଠାଇପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବ୍ୟକ୍ତିଗତ ଆକାଉଣ୍ଟ ସହିତ ବ୍ୟବସାୟିକ  ଆକାଉଣ୍ଟ ପାଇଁ ମଧ୍ୟ ଏହି ନିୟମ ସମାନ ଭାବେ ଲାଗୁ ହେବ।

Related Articles

Back to top button