ସୀମା ପାର କରି ପାକିସ୍ତାନ ବାୟୁସୀମା କୁ ଚାଲିଯାଇଥିଲା ବିମାନ।

ଭୁବନେଶ୍ୱର,ମଙ୍ଗଳବାର ରାତି ପ୍ରାୟ ୯ଟା ୧୮ ମିନିଟ୍ରେ ଏୟାରବସ୍ ଏ୩୨୧ ନୂଆଦିଲ୍ଲୀରୁ ଅମୃତସରର ଶ୍ରୀ ଗୁରୁ ରାମଦାସ ଜୀ ଆନ୍ତର୍ଜାତିକ ବିମାନବନ୍ଦର ଅଭିମୁଖେ ଉଡାଣ କରିଥିଲା। ବିମାନଟି ନିର୍ଦ୍ଧାରିତ ବିମାନବନ୍ଦରରେ. ଅବତରଣ କରିବା ପରିବର୍ତ୍ତେ ଏହା ଆନ୍ତର୍ଜାତିକ ସୀମା ପାର କରି ପାକିସ୍ତାନ ବାୟୁସୀମା ମଧ୍ୟକୁ ଚାଲିଯାଇଥିଲା। ଲାହୋର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବିମାନଟିକୁ. ନିଜ ସୀମା ମଧ୍ୟରେ ଥିବା ଦେଖିବାକୁ ପାଇବା ପରେ. ପାଇଲଟ୍ଙ୍କୁ ସତର୍କ କରାଇଥିଲା। ପରେ ବିମାନ ପାଇଲଟ୍ ୟୁଟର୍ଣ୍ଣ ନେବା ପୂର୍ବକ ଫେରିଆସିଥିଲା। ତେବେ ଅମୃତସରରେ ଟ୍ରାଫିକ୍ ଜାମ୍ ଥିବାରୁ ଏହାର ଅବତରଣ କରି ନପାରି ନୂଆଦିଲ୍ଲୀ ଫେରିଆସିଥିଲା। ଏହା ନୂଆଦିଲ୍ଲୀରୁ ଅମୃତସର ଯାତ୍ରା କରିଥିଲା। ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୨ଟା ୧୦ ମିନିଟ୍ରେ, ଏହା ଅମୃତସରରେ ଅବତରଣ କରିଥିଲା। ଏୟାର ଇଣ୍ଡିଆ ବିମାନ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି ଏହାର ବିମାନ ଆନ୍ତର୍ଜାତିକ ସୀମା ଅତିକ୍ରମ କରି ପାକିସ୍ତାନ ବାୟୁସୀମାକୁ ପ୍ରବେଶ କରିଥିଲା। ଏହି ଘଟଣା ସମ୍ପର୍କରେ, ଏୟାର ଇଣ୍ଡିଆ ଡିଜିସିଏକୁ ଅବଗତ କରାଇଛି।




