
ଭୁବନେଶ୍ୱର,ଆଜିଠୁ ଲିଟର ପିଛା ବଢ଼ିଲା କ୍ଷୀର ଦର। ଅଧ ଲିଟର ଅମୁଲ ଗୋଲ୍ଡ ପ୍ୟାକେଟ୍ ୧ ଟଙ୍କା ମହଙ୍ଗା ହୋଇଛି।
ଗୋଟିଏ ଲିଟରକୁ ୨ ଟଙ୍କା ବଢ଼ିଛି। ଆଜିଠୁ ସାରା ଦେଶରେ ଏହି ବର୍ଦ୍ଧିତ ଦର ଲାଗୁ ହୋଇଛି।
ନୂଆ ଦର ଲାଗୁ ପରେ ଅମୂଲ ଗୋଲ୍ଡ ଲିଟର ୭୦ ଟଙ୍କାରେ ପହଞ୍ଚିଛି। ସେହିପରି ଅଧ ଲିଟର ଅମୁଲ କ୍ଷୀର ୩୫ଟଙ୍କା ହୋଇଛି।
ଅମୁଲ ପରେ ଏବେ, ଅନ୍ୟ ଦୁଗ୍ଧ ବ୍ରାଣ୍ଡଗୁଡ଼ିକ ମଧ୍ୟ ସେମାନଙ୍କ ଦର, ବଢ଼ାଇବା ନେଇ ଚର୍ଚ୍ଚା ହେଉଛି।
ପରିବହନ ଓ କ୍ଷୀର ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ପାଉଥିବାରୁ କମ୍ପାନୀ, ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
କ୍ଷୀର ମହଙ୍ଗା ହେବା ଫଳରେ ଚାହା, କଫି, ପନିର ଏବଂ ଦୁଗ୍ଧଜାତ ଦ୍ରବ୍ୟର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଯାହା ସାଧାରଣ ଖାଉଟି ଉପରେ ମହଙ୍ଗା ମାଡ଼ ହୋଇଛି।




