ଅନ୍ତର୍ଜାତୀୟଅନ୍ୟାନ୍ୟ

ନିର୍ମାଣ ହେବ ବିଶ୍ୱସ୍ତରୀୟ ଖଣି ସଂଗ୍ରହାଳୟ

ଭୁବନେଶ୍ୱର ,ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଖଣି ଐତିହ୍ୟକୁ ପ୍ରଦର୍ଶନ କରିବା ଲକ୍ଷ୍ୟରେ, ହୀରାକୁଦ ସହରର ନୂଆଜାମଡ଼ା ଠାରେ, ଏହି ପ୍ରକଳ୍ପ ନିର୍ମାଣ କରିବାକୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ପ୍ରସ୍ତାବ ଦେଇଛି ।ସମ୍ବଲପୁର ସଦର ତହସିଲ ଅନ୍ତର୍ଗତ ଜବାହାର ଉଦ୍ୟାନ ନିକଟ, ଜାମଡ଼ା ମୌଜାର ୧୦.୬୮ ଏକର ପରିମିତ ଜମିରେ ଏହି ସଂଗ୍ରହାଳୟ ନିର୍ମାଣ ପାଇଁ,ଚିହ୍ନଟ କରାଯାଇଛି। ‘ହୀରାକୁଦ ନଦୀବନ୍ଧ ଯୋଜନା’ ନାମରେ ରେକର୍ଡଭୁକ୍ତ ଜମିରେ ପତିତ, ନୟନଜୋରି, ସଡକ ଏବଂ ଘରବାରି ଭାବେ, ବର୍ଗୀକୃତ ପ୍ଲଟ୍ ଅନ୍ତର୍ଭୁକ୍ତ ରହିଛି। ସମ୍ବଲପୁର ଜିଲାପାଳ ଏବଂ ଉପଜିଲାପାଳ ସେମାନଙ୍କ ରିପୋର୍ଟରେ ବିସ୍ତୃତ ଜମିସୂଚୀ ଏବଂ ମାନଚିତ୍ର ସହ, ରିପୋର୍ଟ ପ୍ରଦାନ କରିଛନ୍ତି। ଜଳସମ୍ପଦ ବିଭାଗ ଏନ୍‌ଓସି ପ୍ରଦାନ କରିବା ପୂର୍ବରୁ ସମ୍ଭାବ୍ୟ, ନିୟାମକ ଅନୁପାଳନ ଏବଂ ସୁରକ୍ଷା ଦିଗ ସମ୍ପର୍କରେ, ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କ ଠାରୁ ମତାମତ ଲୋଡ଼ିଛି। ଆବଶ୍ୟକ ପଦକ୍ଷେପ ପାଇଁ ଏହି ପ୍ରସ୍ତାବକୁ ରାଜସ୍ୱ ବିଭାଗ ଏବଂ ପର୍ଯ୍ୟଟନ ବିଭାଗକୁ ପଠାଯାଇଛି।ପ୍ରକଳ୍ପ ମଞ୍ଜୁର ହେବା ପରେ ସମ୍ବଲପୁର ଓ ହୀରାକୁଦରେ, ଏହି ସଂଗ୍ରହାଳୟ ଏକ ପ୍ରମୁଖ ଆକର୍ଷଣ ଭାବେ କାର୍ଯ୍ୟ କରିବ।

Related Articles

Back to top button