
ଭୁବନେଶ୍ୱର ,ମେ ୨୦୨୬ରେ, ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ର ବିପଦ ଜାରି ରହିଛି। ମେ’ ୨ୟ ସପ୍ତାହରେ ଲଘୁଚାପ ହେବା ନେଇ ସମ୍ଭାବନା ରହିଛି। ଲଘୁଚାପ ନେଇ ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ, ଆକଳନ କରିଛି। ୧୧ ରୁ ୧୫ ତାରିଖ ମଧ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ, ଏହି ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବା ସମ୍ଭାବନା, ରହିଛି। ଏହାସହ ଅଧିକ ଘନୀଭୂତ ହୋଇ ସାଇକ୍ଲୋନ ଜେନିସିସର, ରୂପ ନେବାର ଆଶଙ୍କା ରହିଛି।ବଙ୍ଗୋପସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ସୃଷ୍ଟି ହେଉଛି, ଯାହା ମେ ୨୪-୨୫ ସୁଦ୍ଧା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇପାରେ। ସମ୍ଭାବ୍ୟ ପ୍ରଭାବ: ଏହି ଘୂର୍ଣ୍ଣିଝଡ଼ ଯୋଗୁଁଁ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ପାଇଁ ଚେତାବନୀ ଜାରି କରାଯାଇଛି। ବଙ୍ଗୋପସାଗର ଏବଂ ଆରବ ସାଗର ଉଭୟରେ ଜଳ ଉଷ୍ମ ହେବା ଯୋଗୁଁଁ ଘୂର୍ଣ୍ଣିଝଡ଼ର ତୀବ୍ରତା ବୃଦ୍ଧି ପାଇପାରେ।




