ନବେ ବର୍ଷରେ ଓଡ଼ିଆ ସିନେମା: ‘ଚଳଚ୍ଚିତ୍ର ଦିବସ’ ମାନ୍ୟତା ଦାବି, ଭବିଷ୍ୟତ ନେଇ ମାନସ ମନ୍ଥନ

ଭୁବନେଶ୍ବର: ଓଡ଼ିଆ ଚଳଚ୍ଚିତ୍ର ପରିବାର ପକ୍ଷରୁ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନରେ ଓଡ଼ିଆ ଚଳଚ୍ଚିତ୍ର ଦିବସ (ଓଡ଼ିଆ ଚଳଚ୍ଚିତ୍ର ର ୯୦ ବର୍ଷ )ପାଳିତ ହୋଇଯାଇଛି. ଓଡ଼ିଆ ସିନେମା ଜଗତର ବରିଷ୍ଠ କଳାକାର, ନିର୍ଦେଶକ ଏଵଂ ପ୍ରଯୋଜକ ମାନେ ଛେନାପୋଡ଼ ପିଠା କାଟି ୯୦ ବର୍ଷ ର ଉତ୍ସବ ପାଳନ କରିଥିଲେ। ସମସ୍ତେ ଓଡ଼ିଆ ସିନେମା ପୁରସ୍କାର ଦିବସ ସହିତ ଏହି ଦିନ ଟିକୁ ଯୋଡି ଉତ୍ସବ କୁ ବ୍ୟାପକ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

ସବ୍ୟସାଚୀ ମହାପାତ୍ର, ଗଦାଧର ପୁଟି, କୁନା ତ୍ରିପାଠୀ, ସିଦ୍ଧାନ୍ତ ମହାପାତ୍ର,କାହାଣୀକାର ଡ଼ ରଜନୀ ରଞ୍ଜନ,ହରିହର ମହାପାତ୍ର,ପିଙ୍କି ପ୍ରଧାନ, ଶ୍ରୀତମ ଦାସ, ରମେଶ ବାରିକ, ଟୁଟୁ ନାୟକଙ୍କ ସହିତ ସିନେମା ଦୁନିଆ ର ପ୍ରାୟ ସମସ୍ତ ସଂଘର ବରିଷ୍ଠ କର୍ମ କର୍ତ୍ତା ଏଵଂ ଆଗ ଧାଡ଼ିର ପ୍ରଯୋଜକ, ପ୍ରଯୋଜିକା, ଅଭିନେତା, ଅଭିନେତ୍ରୀ, ନୃତ୍ୟ ନିର୍ଦେଶକ, ସାମ୍ବାଦିକ ଏବଂ ଟେକ୍ନିସିଆନ ମାନେ ବହୁ ସଂଖ୍ୟାରେ ଏହି ଉତ୍ସବରେ ଯୋଗ ଦେଇଥିଲେ।

କାଦମ୍ବିନୀ ପତ୍ରିକା ର ପ୍ରତିଷ୍ଠାତ୍ରୀ ଇତି ସାମନ୍ତ।ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଚଳଚ୍ଚିତ୍ର ପରିବାର ନିଜ ସମସ୍ୟା ସମ୍ପର୍କରେ ଜଣାଇବେ ବୋଲି ଆୟୋଜକ ସୁକାନ୍ତ ରଥ ଜଣାଇଥିଲେ।କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉଷଶୀ ମିଶ୍ର, ସୁକାନ୍ତ ରଥ ଏଵଂ ମଣ୍ଟୁ ମହଲା। ସୂର୍ଯ୍ୟ ଦେଓ ଙ୍କ ଦ୍ୱାରା ପ୍ରସ୍ତୁତ ଓଡ଼ିଆ ସିନେମା ୯୦ ବର୍ଷ ର ଯାତ୍ରା ଅଡିଓ ଭିଜୁଆଲ ଫିଲ୍ମ ପ୍ରଦର୍ଶିତ ହୋଇଥିଲା।

ଓଡ଼ିଆ ସିନେମା ର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦିଆ ଯାଇଥିଲା। ସୋହିନୀ ମିଶ୍ର, ଶଶାଙ୍କ ଶେଖର,ସତ୍ୟଜିତ ପ୍ରଧାନ, ସୁକାନ୍ତ ରଥ ଏଵଂ ଅନେକ ଆଗଧାଡିର କଣ୍ଠ ଶିଳ୍ପୀ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୀତ ପରିବେଷଣ କରିଥିଲେ।




