Uncategorized

କଟକରେ ବେଆଇନ ଗ୍ୟାସ ଗୋଦାମ ଉପରେ ଚଢ଼ାଉ: ୫୦୦ ସିଲିଣ୍ଡର ସହ ୩ଟି ଗାଡ଼ି ଜବତ

ଭୁବନେଶ୍ବର: ଜିଲ୍ଲାରେ ବେଆଇନ ଗ୍ୟାସ କାରବାର ବିରୋଧରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଶନିବାର ସକାଳେ କଟକ ସଦର ଥାନା ଅନ୍ତର୍ଗତ ବାରଙ୍ଗ ବ୍ଲକର ବ୍ରାହ୍ମଣ ଝରିଲୋ ଅଞ୍ଚଳରେ ଏକ ବେଆଇନ ଗୋଦାମ ଉପରେ ଚଢ଼ାଉ କରାଯାଇ ପ୍ରାୟ ୫୦୦ଟି ଏଲପିଜି ସିଲିଣ୍ଡର ଜବତ କରାଯାଇଛି। ଫୁଲନଖରା-ନିଆଳି ରାଜ୍ୟ ରାଜପଥ-୬୦ ପାର୍ଶ୍ୱରେ ଥିବା ଏକ ଘରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ଗଚ୍ଛିତ ରଖାଯାଇ ବଣ୍ଟନ କରାଯାଉଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏହି ସୂଚନା ଆଧାରରେ କଟକ ଗ୍ରାମାଞ୍ଚଳ ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ସିଭିଲ ଯୋଗାଣ ବିଭାଗର ଏକ ମିଳିତ ଟିମ୍ ସେଠାରେ ଚଢ଼ାଉ କରିଥିଲେ। ୫୦୦ଟି ଏଲପିଜି ସିଲିଣ୍ଡର ଏବଂ କାରବାରରେ ବ୍ୟବହୃତ ୩ଟି ଗାଡ଼ି ଜବତ ହୋଇଛି। ଘଟଣା ସହିତ ସଂପୃକ୍ତ ଥିବା ସନ୍ଦେହରେ ଦୁଇଜଣ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଉକ୍ତ ବେଆଇନ ଗୋଦାମକୁ ସିଲ୍ କରାଯାଇଛି।

Related Articles

Back to top button