
ଭୁବନେଶ୍ୱର,ରାଉରକେଲା ଷ୍ଟିଲପ୍ଲାଣ୍ଟ ସମ୍ପ୍ରସାରଣ ଲାଗି ଜବରଦଖଲ ଉଚ୍ଛେଦ କରାଯାଉଛି।
ରାଉରକେଲା ଷ୍ଟିଲପ୍ଲାଣ୍ଟ ପରିସରକୁ ଜବରଦଖଲ ଉଚ୍ଛେଦ ବେଳେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।
ଉଚ୍ଛେଦକୁ ପ୍ରବଳ ବିରୋଧ କଲେ ବିଜୁ ବନ୍ଧ ଗାଁ ଲୋକେ।
ଘଟଣାସ୍ଥଳରେ ପ୍ରାୟ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି।
ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ସଂପ୍ରସାରଣ କାର୍ଯ୍ୟକୁ ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ। ଏବେ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ହେବାକୁ ଥିବା ବେଳେ ଦେଖାଦେଇଛି ମୁହାଁମୁହିଁ ପରିସ୍ଥିତି।
ଟାଙ୍ଗରପଲ୍ଲୀ ଥାନା ଅନ୍ତର୍ଗତ ବିଜୁ ବନ୍ଧ ଗାଁ ଅଞ୍ଚଳରେ ଆରମ୍ଭ ହୋଇଛି ଉଚ୍ଛେଦ।
ରାଉରକେଲା ପୋଲିସ ଜିଲ୍ଲାର ସମସ୍ତ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି।
ବିଧିବଦ୍ଧ ଭାବେ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି।
କିଛି ବର୍ଷ ହେବ ଅନେକ ଲୋକ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧୀନରେ ଥିବା ଜମିରେ ବସବାସ କରୁଛନ୍ତି।




