Uncategorized

ଭଦ୍ରକରେ ବିଜେଡିକୁ ଶକ୍ତ ଧକ୍କା: ପୂର୍ବତନ ସାଂସଦ ଓ ବିଧାୟକଙ୍କ ସମେତ ଶତାଧିକ କର୍ମୀଙ୍କ ସମୂହ ଇସ୍ତଫା

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲ୍ଲାରେ ବିଜୁ ଜନତା ଦଳକୁ ଲାଗିଛି ଏକ ବଡ଼ ଝଟକା। ଦଳର ଗଡ଼ କୁହାଯାଉଥିବା ଭଦ୍ରକ ସଂସଦୀୟ କ୍ଷେତ୍ରରେ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ସମୂହ ଇସ୍ତଫା ପ୍ରକ୍ରିୟା ଦଳୀୟ ସଂଗଠନକୁ ଦୋହଲାଇ ଦେଇଛି। ଭଦ୍ରକଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ, ପୂର୍ବତନ ବିଧାୟକଙ୍କ ସମେତ ଶତାଧିକ ଛାମୁଆ କର୍ମକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି। ଦିନ ଥିଲା ଭଦ୍ରକ ଜିଲ୍ଲାରେ ବିଜେଡିର ଏକାଧିପତ୍ୟ ରହିଥିଲା ଏବଂ ବିରୋଧୀ ବିଜେପି ପାଇଁ ଏଠାରେ ପ୍ରବେଶ କରିବା କଷ୍ଟକର ଥିଲା। ମାତ୍ର ସାମ୍ପ୍ରତିକ ରାଜନୈତିକ ସ୍ଥିତିରେ ଏହି ଚିତ୍ର ବଦଳିବାରେ ଲାଗିଛି। ରାଜ୍ୟରେ ବିଜେପିର ‘ଅପରେସନ ଲୋଟସ୍‌’ ଜାରି ରହିଥିବା ବେଳେ ଭଦ୍ରକରେ ବିଜେଡିର ଏହି ବଡ଼ ଧରଣର ସମୂହ ଇସ୍ତଫା ଦଳ ପାଇଁ ଚିନ୍ତାର କାରଣ ସାଜିଛି। କିଛି ଦିନ ତଳେ ମଣ୍ଡଳ ଦମ୍ପତି ଦଳରୁ ବହିଷ୍କାର ହୋଇଥିଲେ l ତା ପୂର୍ବରୁ ବିଜେଡିର ହେଭିୱେଟ୍ ନେତା ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ ବିଜେପିରେ ସାମିଲ ହୋଇଥିଲେ l ଆଉ ଆଜି ବିଜେଡି ପାଇଁ ଆଉ ଏକ ଶକ୍ତ ଝଟକା ଲାଗିଛି l

Related Articles

Back to top button