ଅନ୍ୟାନ୍ୟରାଜନୀତି

ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ ରେ ତିନିଟି ବିଲ୍‌ ଆଗତ କରାଯାଇଥିଲା।

ଭୁବନେଶ୍ୱର ,ସଂସଦର ତିନି ଦିନିଆ ସ୍ବତନ୍ତ୍ର ଅଧିବେଶନ ଶନିବାର ଶେଷ ହୋଇଛି।

ଏହି ଅଧିବେଶନର ଦ୍ବିତୀୟ ଦିନରେ ସରକାରଙ୍କ ତରଫରୁ ତିନିଟି ବିଲ୍‌ ଯଥା ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍‌, ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଏବଂ କେନ୍ଦ୍ରଶାସିତ ଅଞ୍ଚଳବିଲ୍‌ ଆଗତ କରାଯାଇଥିଲା।

ଶନିବାର ଲୋକସଭା ଓ ରାଜ୍ୟସଭା କାର୍ଯ୍ୟ ଆରମ୍ଭ ହେବାମାତ୍ରେ ସକାଳ ୧୧ ଘଟିବାର ଉଭୟ ଗୃହକୁ ଅନିର୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

ତେବେ ଗୁରୁତ୍ବପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍‌ କାଟ୍‌ ଖାଇବା ଫଳରେ ସରକାର ଅନ୍ୟ ଦୁଇଟି ବିଲ୍‌କୁ ପ୍ରତ୍ୟାହାର କରିନେଇଥିଲେ।

Related Articles

Back to top button