
ଭୁବନେଶ୍ୱର ,ଭିଡିଓର ଭ୍ୟୁ ଆଧାରରେ ମିଳିବ ଟଙ୍କା, ଆଉ ଗୋଟିଏ ଭିଡିଓ ପାଇଁ ସର୍ବାଧିକ, ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେବାକୁ ନିଷ୍ପତ୍ତି ହୋଇଛି।ଭ୍ୟୁ ବଢ଼ିବା ସହିତ ପାରିଶ୍ରମିକ ମଧ୍ୟ, ବଢ଼ିବ। ତେବେ ଗୋଟିଏ ଭିଡିଓ ପାଇଁ, ସର୍ବାଧିକ ପାରିଶ୍ରମିକ ୧ ଲକ୍ଷ ଟଙ୍କାରେ, ସୀମିତ ରହିବ। ବିହାରରେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସରଙ୍କ ପାଇଁ, ଆସିଛି ବଡ଼ ଖବର।ଏହି ଯୋଜନାର ବିସ୍ତୃତ ନିୟମ ଓ ନିର୍ଦ୍ଦେଶାବଳୀ ଖୁବଶୀଘ୍ର ଜାରି କରାଯିବ ବୋଲି, ସୂଚନା ଓ ଜନସମ୍ପର୍କ ବିଭାଗ ପକ୍ଷରୁ, କୁହାଯାଇଛି।ସରକାରଙ୍କ କହିବା ଅନୁସାରେ, ଆଜିର ସମୟରେ ବିଶେଷକରି ଯୁବପିଢ଼ିର ବଡ଼ ଅଂଶ ମୋବାଇଲ୍ରେ, ସୋସିଆଲ ମିଡିଆ ଭିଡିଓ ଦେଖୁଛନ୍ତି। ତେଣୁ ସରକାରୀ ଯୋଜନାର ଜଟିଳ ଓ ବିଭାଗୀୟ ଭାଷାକୁ ସରଳ ଭାବରେ, ଲୋକଙ୍କ ପାଖରେ ପହଞ୍ଚାଇବାରେ, କ୍ରିଏଟରମାନେ ସହାୟକ ହୋଇପାରନ୍ତି।ଏପର୍ଯ୍ୟନ୍ତ ଟେଲିଭିଜନ୍, ଖବରକାଗଜ, ରେଡିଓ ଓ ସରକାରୀ ୱେବସାଇଟ୍ ମାଧ୍ୟମରେ, ଯୋଜନାର ପ୍ରଚାର କରାଯାଉଥିଲା। କିନ୍ତୁ ସୋସିଆଲ ମିଡିଆର ବ୍ୟାପକ ପହଞ୍ଚକୁ, ଦୃଷ୍ଟିରେ ରଖି ଏବେ ଏହି ମାଧ୍ୟମକୁ, ଅଧିକ ଗୁରୁତ୍ୱ ଦେବ ବିହାର ସରକାର।ଭ୍ୟୁ ବଢ଼ିବା ସହିତ ପାରିଶ୍ରମିକ ମଧ୍ୟ ବଢ଼ିବ।



