ଓଡ଼ିଶାରାଜନୀତି

୮୦ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

୮୦ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଏହି ମହାନ ନେତାଙ୍କୁ ଆଜି ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ | ୧୯୯୭ରେ ଜନନେତା ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ଆକସ୍ମିକ ଭାବେ ରାଜନୀତିରେ ପାଦ ଥାପିଥିଲେ ନବୀନ ପଟ୍ଟନାୟକ । ହେଲେ ସମୟକ୍ରମେ ପ୍ରମାଣିତ କରିଦେଲେ ଯେ, ସେ ହିଁ ଓଡ଼ିଶା ମାଟିରେ ନେତା ନମ୍ବର-୧ । ସେଦିନ ରାଜନୀତିକୁ ନବୀନ ହୋଇ ଆସିଥିବା ନବୀନ, ଆଜି ଦେଶର ଜଣେ ପ୍ରବୀଣ ରାଜନେତା । ୨୪ ବର୍ଷ କାଳ ଓଡ଼ିଶାବାସୀଙ୍କ ବିଶ୍ୱାସ ଜିତିବାରେ ସକ୍ଷମ ହୋଇଥିବା ଏହି ରାଜନେତାଙ୍କ ଜନ୍ମଦିନରେ ବିଜେଡି ଶିବିରରେ ଉତ୍ସାହ ବଢିଛି |

Related Articles

Back to top button