Uncategorized

‘ହର୍ମୁଜ୍ ବନ୍ଦ ଅଛି, ତୁରନ୍ତ ଫେରିଯାଅ,’: ଭାରତୀୟ ଜାହାଜକୁ ମଝି ରାସ୍ତାରୁ ଫେରାଇ ଦେଲେ ଇରାନୀ ସେନା

ନୂଆଦିଲ୍ଲୀ: ସାମରିକ ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜକୁ ପଥରୋଧ କରିଛି ଇରାନ। ଶନିବାର ଇରାନର ‘ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ’ (IRGC) ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ଦେଇ ଯାଉଥିବା ଏକ ଭାରତୀୟ ଜାହାଜକୁ ଅଟକାଇବା ସହ ତୁରନ୍ତ ନିଜ ବନ୍ଦରକୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି। ଏହି ଘଟଣା ସମୟର ଏକ ଅଡିଓ ରେକର୍ଡିଂ ବର୍ତ୍ତମାନ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତୀୟ ଜାହାଜର କ୍ୟାପ୍ଟେନ ଏବଂ ଇରାନୀ ନୌସେନା ଅଧିକାରୀଙ୍କ ମଧ୍ୟରେ ହୋଇଥିବା କଥୋପକଥନ ଶୁଣିବାକୁ ମିଳୁଛି। ଇରାନୀ ଅଧିକାରୀ କ୍ୟାପ୍ଟେନଙ୍କୁ ସ୍ପଷ୍ଟ ଚେତାବନୀ ଦେଇ କହିଥିଲେ ଯେ, “ହର୍ମୁଜ ପ୍ରଣାଳୀରେ ବର୍ତ୍ତମାନ ପରିବହନ ପ୍ରତିବନ୍ଧିତ ରହିଛି, ତେଣୁ ଆପଣ ନିଜ ବନ୍ଦରକୁ ଫେରିଯାଅନ୍ତୁ।” ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ବିଶ୍ୱର ଏହି ବ୍ୟସ୍ତବହୁଳ ଜଳପଥରେ ନିରାପତ୍ତା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି।

Related Articles

Back to top button