Uncategorized
ଶରଣକୁଳ ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ NBW, ଗିରଫ ପାଇଁ କ୍ରାଇମବ୍ରାଞ୍ଚର ଚଢ଼ାଉ
ଭୁବନେଶ୍ବର: ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ ଆଇଆଇସି (IIC) ସୁଜିତ କୁମାର ଦାସଙ୍କ ଅଡୁଆ ଆହୁରି ବଢ଼ିଛି। ହାଇକୋର୍ଟ ତାଙ୍କର ଅନ୍ତରୀଣ ସୁରକ୍ଷା ହଟାଇବା ପରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ କୋର୍ଟ ସୁଜିତଙ୍କ ବିରୋଧରେ ଅଜାମିନଯୋଗ୍ୟ ଗିରଫ ପରୱାନା ଜାରି କରିଛନ୍ତି। ସୁଜିତ ଗିରଫଦାରୀରୁ ବର୍ତ୍ତିବା ପାଇଁ ଫେରାର ଥିବା ବେଳେ ତାଙ୍କୁ ଗିରଫ କରିବା ପାଇଁ ବୁଧବାର କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା (CAW & CW) ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।




