Uncategorized

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ରେକର୍ଡ: ନେହେରୁଙ୍କୁ ପଛରେ ପକାଇ ରଚିଲେ ଐତିହାସିକ କୀର୍ତ୍ତିମାନ

ନୂଆଦିଲ୍ଲୀ: ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଜୁନ୍ ୧୦ ତାରିଖ ଏକ ସ୍ମରଣୀୟ ଦିନ ଭାବେ ଲିପିବଦ୍ଧ ହୋଇଛି। ଦେଶର ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବାର ଏକ ଅନନ୍ୟ ରେକର୍ଡ ନିଜ ନାମରେ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କ୍ରମରେ ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପ୍ରାୟ ୬ ଦଶନ୍ଧି ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଧାନମନ୍ତ୍ରୀ ଭାବେ ଲଗାତାର ୪,୩୯୯ ଦିନ ପୂରଣ କରିଛନ୍ତି। ପୂର୍ବରୁ ଦେଶର ପ୍ରଥମ ସାଧାରଣ ନିର୍ବାଚନ ପରଠାରୁ ଜବାହରଲାଲ ନେହେରୁଙ୍କ ଲଗାତାର କାର୍ଯ୍ୟକାଳ ୪,୩୯୮ ଦିନ ରହିଥିଲା। ଭାରତର ପ୍ରଧାନମନ୍ତ୍ରୀମାନଙ୍କ ଇତିହାସ ଓ ସେମାନଙ୍କ ଅବଦାନକୁ ସଂରକ୍ଷିତ ରଖୁଥିବା ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’ର ରେକର୍ଡ ଅନୁଯାୟୀ, ନରେନ୍ଦ୍ର ମୋଦୀଙ୍କର ଏହି କାର୍ଯ୍ୟକାଳ ଏକ ଐତିହାସିକ ଏବଂ ଅଭୂତପୂର୍ବ ସଫଳତା ଅଟେ।

Related Articles

Back to top button