Uncategorized

ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ରାଜ୍ୟସ୍ତରୀୟ ସମାବେଶ

ଭୁବନେଶ୍ବର: ଓଡ଼ିଆ ନବବର୍ଷର ଏକ ନୂତନ ଓଡ଼ିଶାର ନବ ନିର୍ମାଣ ପରିକଳ୍ପନା କରି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ଏକ ରାଜ୍ୟସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବହୁତ ସଂଖ୍ୟାରେ ନୂତନ ପିଢ଼ିର ଯୁବକ ଯୁବତୀମାନଙ୍କ ସହିତ ସଂଖ୍ୟାଲଘୁ, ଆଦିବାସୀ ଓ ପଛୁଆବର୍ଗର ଲୋକମାନେ ଯୋଗ ଦେଇଥିଲେ।

ଓଡ଼ିଶା ଜନତା କଂଗ୍ରେସ ପାର୍ଟି ର ଅଧ୍ୟକ୍ଷ ମହମ୍ମଦ ମୋକିମ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଓଡ଼ିଶାର ଯୁବକମାନଙ୍କୁ ତାଙ୍କ ଦଳରେ ଯୋଗ ଦେଇ ଏକ ଭବିଷ୍ୟ ଯୁବ ଓଡ଼ିଶା ଗଠନ କରିବା ପରିପ୍ରେକ୍ଷୀରେ ତାଙ୍କର ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ଲୋକଲୋଚନକୁ ଆଣିବାର ସମୟ ଆସିଛି ବୋଲି ଆହ୍ୱାନ ଦେଇଥିଲେ।

ଯେଉଁ ଯୁବ ଛାତ୍ରପ୍ରତିଭାମାନଙ୍କର ଦକ୍ଷତା ଥିଲେ ମଧ୍ୟ ସେମାନଙ୍କ ପାଇଁ ରାଜନୈତିକ ଭିତ୍ତିଭୂମି ନଥିବାରୁ ସେମାନେ ତାଙ୍କର ପାରଦର୍ଶିତା ଦେଖାଇପାରୁନାହାନ୍ତି, ସେମାନଙ୍କ ପାଇଁ ଓଡ଼ିଶା ଜନତା କଂଗ୍ରେସ ପାର୍ଟି ଏକ ମାଇଲ ଖୁଣ୍ଟ ବୋଲି ମହମ୍ମଦ ମୋକିମ କହିଥିଲେ।

କଟକ ବାରବାଟୀ ନିର୍ବାଚନ ମଣ୍ଡଳୀର ବିଧାୟିକା ସୋଫିଆ ଫିରଦୋସ୍ ଉକ୍ତ ସଭାରେ ଯୋଗ ଦେଇ ନୂତନ ପିଢ଼ିର ଯୁବକଯୁବତୀମାନଙ୍କୁ ସମାବେଶରେ ଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ। ଉକ୍ତ ସଭାରେ ଜଗତସିଂହପୁର ଜିଲ୍ଲାର ଜନତା ଦଳର ଚର୍ଚ୍ଚିତ ଛାତ୍ର ନେତା ତଥା ରେଭେନ୍ସ କଲେଜର ପୂର୍ବତନ ସଭାପତି ବଦ୍ରିନାରାୟଣ ମହାନ୍ତି, ଓଡ଼ିଶା ଭାସ୍କରର ପ୍ରତିଷ୍ଠାତା ମଧୁମହାନ୍ତି, କଟକର ମହିଳା ନେତ୍ରୀ ଗିରିବାଳା ବେହେରା, ଶୈଳବାଳା ଜେନା, ସୂଚନା ଅଧିକାର ସଂଘର ସଭାପତି ତଥା ଆଡଭୋକେଟ ପ୍ରଦୀପ ପ୍ରଧାନ, ସର୍ବଭାରତୀୟ ମାନବାଧିକାର ସଂଘର ଅଧ୍ୟକ୍ଷ ମନୋଜ ଜେନା, ଯାଜପୁର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ରଞ୍ଜିତା ରାଉତ, ରାଜନଗରର ଯୁବନେତା ଅଶୋକ କୁମାର ପ୍ରତିହାରୀ, ରେଭେନ୍ସା କଲେଜର ପୂର୍ବତନ ସଭାପତି ତଥା ଯୁବ ନେତା ସୂର୍ଯ୍ୟ ରାଉତ, ବରିଷ୍ଠ ନେତା ନିକୁଞ୍ଜ ପଶାୟତ, ରାଜ୍ୟ ବେସରକାରୀ ବିଦ୍ୟାଳୟ ମହାସଂଘ ସଭାପତି ବାସୁଦେବ ଭଟ୍ଟ, ସଂଖ୍ୟାଲଘୁ ସମ୍ପ୍ରଦାୟ ନେତା ଲିୟାକୁଦିନ ଅହମ୍ମଦ, ଯୁବ ନେତା ସୋମନାଥ ରାଉତ, ଆର୍ଯ୍ୟବୀର ଲେଙ୍କା, କଟକ ଜିଲ୍ଲାରୁ ଅନୀଲ ବେଉରା, ଯାଜପୁରର ବିଦ୍ୟାଧର ମହାନ୍ତି, ନୟାଗଡ଼ ନେତା ଦିଲ୍ଲୀପ କୁମାର ଖୁଣ୍ଟିଆ, କନ୍ଧମାଳ ନେତା ବିରେନ୍ଦ୍ର ପ୍ରଧାନ, କୋରାପୁଟର ମନୋଜ କୁମାର ବାଗ, ବଲାଙ୍ଗୀରର ରୁପେଶ କୁମାର ବେହେରା, ଅନୁଗୁଳର ଲଳିତ ମୋହନ ପ୍ରଧାନ, ବ୍ରହ୍ମପୁରର ଯୁବନେତା ଅତୁଲ୍ୟ ପାଢ଼ୀ ଓ କୃଷକ ନେତା ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ସମାବେଶରେ ଯୋଗ ଦେଇ ତାଙ୍କର ବକ୍ତବ୍ୟ ରଖିଥିଲେ।

Related Articles

Back to top button