Uncategorized
ବେଦାନ୍ତ ପାୱାର ପ୍ଲାଣ୍ଟରେ ଭୟଙ୍କର ଅଘଟଣ: ବଏଲର ଫାଟି ୩ ଶ୍ରମିକ ମୃତ, ଅନେକ ଗୁରୁତର


ନୂଆଦିଲ୍ଲୀ: ଛତିଶଗଡ଼ର ଶକ୍ତି ଜିଲ୍ଲାସ୍ଥିତ ବେଦାନ୍ତ ପାୱାର ପ୍ଲାଣ୍ଟରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ପ୍ଲାଣ୍ଟରେ ବଏଲର ବିସ୍ଫୋରଣ ଘଟି ୩ ଜଣ ଶ୍ରମିକଙ୍କ ପ୍ରାଣହାନି ହୋଇଥିବା ବେଳେ ଅନେକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ପ୍ଲାଣ୍ଟରେ କାମ ଚାଲିଥିବା ସମୟରେ ହଠାତ୍ ବଏଲରଟି ପ୍ରଚଣ୍ଡ ଶବ୍ଦ କରି ଫାଟିଯାଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଗୁରୁତର ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମାଧ୍ୟମରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ପରେ ପ୍ଲାଣ୍ଟ ପରିସରରେ ଆତଙ୍କ ଖେଳିଯାଇଛି। ସ୍ଥାନୀୟ ପ୍ରଶାସନ ଓ ପ୍ଲାଣ୍ଟ କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ମୃତକଙ୍କ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି। ବିସ୍ଫୋରଣର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।




