ଅନ୍ୟାନ୍ୟପାଣିପାଗ

ଆଜିଠୁ ରାଜ୍ୟରେ ଆହୁରି ବଢିପାରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର ,ଆସନ୍ତା ୫ ଦିନ ଲାଗି ରହିବ ଗ୍ରୀଷ୍ଣର ପ୍ରକୋପ। ଦିନର ସର୍ବୋଚ୍ଚ ତାପମାତ୍ରା ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ। କିଛି ସ୍ଥାନରେ ପାରଦ ୪୫ ଡିଗ୍ରୀ ଟପିବା ଆଶଙ୍କା କରାଯାଉଛି।

ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜିଠୁ ରାଜ୍ୟରେ ଆହୁରି ବଢିପାରେ ଗ୍ରୀଷ୍ମ ପ୍ରବାହ।

ଗତକାଲି ୮ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି। ଟିଟିଲାଗଡ଼ରେ ସର୍ବାଧିକ  ୪୧ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ଝାରସୁଗୁଡ଼ାରେ ୪୦.୮, ସମ୍ବଲପୁର ଓ ହୀରାକୁଦରେ ୪୦.୪, ଭବାନୀପାଟଣାରେ ୪୦.୪, ବଲାଙ୍ଗିରରେ ୪୦.୨, ଅନୁଗୁଳ ଓ ସୋନପୁର ୪୦.୧ ଡିଗ୍ରୀ ଲେଖାଏଁ ତାପମାତ୍ରା ରେକର୍ଡ ହୋଇଛି।

ଏପଟେ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍ ବର୍ଷା ହେବାନେଇ ଆକଳନ କରିଛି ପାଣିପାଗ ବିଭାଗ।

ଜୁନରୁ ସେପ୍ଟେମ୍ବର ମୌସୁମୀରେ ସ୍ବଳ୍ପ ବର୍ଷା ହେବାନେଇ ଆକଳନ କରାଯାଇଛି। ସ୍ବାଭାବିକଠାରୁ ୯୫ରୁ ୯୦% LPA ନେଇ ପୂର୍ବାନୁମାନ କରିଛି  I M D  …..

Related Articles

Back to top button