ଅନ୍ୟାନ୍ୟରାଜନୀତି

ଦୀର୍ଘ ଦିନ ହେବ ଟେକ୍ସଟାଇଲ ମିଲ ପାଇଁ ଦାବି

 ଭୁବନେଶ୍ୱର ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ସାମ୍ବାଦିକ ସମ୍ମିଳନୀରେ, ବଜେଟ ସହିତ ନୂଆ ଯୋଜନା ଓ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ ….ଦୀର୍ଘ ଦିନ ହେବ ଟେକ୍ସଟାଇଲ୍ ଷ୍ଟାଇଲ ମିଲ ପାଇଁ ଦାବି ହେଉଛି |

ଏବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବେଶ୍ ଆଶାବାଦୀ ହୋଇପଡିଛନ୍ତି କପାଚାଷୀ ….ଗଣମାଧ୍ୟମର ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେଇ କହିଥିଲେ ଯେ, କପା ଉତ୍ପାଦିତ ଅଞ୍ଚଳରେ ନିଶ୍ଚିତ ଭାବରେ ଟେକ୍ସଟାଇଲ ମିଲ ହେବ |

ବଲାଙ୍ଗୀର, ସୋନପୁର, କଳାହାଣ୍ଡି ଜିଲ୍ଲାରେ ଲକ୍ଷ ଲକ୍ଷ କ୍ୱିଣ୍ଟାଲ କପା ଉତ୍ପାଦିତ ହେଉଛି |

କିନ୍ତୁ କୌଣସି ଟେକ୍ସଟାଇଲ୍ ମିଲ ନଥିବାରୁ ଏଠାକାର କପା ଯାଉଛି ବାହାର ରାଜ୍ୟକୁ |

କପା ଉତ୍ପାଦିତ ଅଞ୍ଚଳରେ ପ୍ରତିଷ୍ଠା କରାଯିବ ଟେକ୍ସଟାଇଲ ମିଲ୍।

ସୋନପୁର ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Related Articles

Back to top button