ଅନ୍ୟାନ୍ୟଶିକ୍ଷା

ପରୀକ୍ଷା ପେପର ସୁରକ୍ଷା ପାଇଁ ୭.୫ କୋଟି ଟଙ୍କାର ଟେଣ୍ଡର

 

ଭୁବନେଶ୍ୱର, ପରୀକ୍ଷା ପେପର ଏବଂ ସମ୍ବେଦନଶୀଳ ତଥ୍ୟର ସୁରକ୍ଷାକୁ ମଜବୁତ କରିବା ପାଇଁ, NTA ପକ୍ଷରୁ, ୨୪ ଘଣ୍ଟିଆ ସୁରକ୍ଷା ସେବା ଯୋଗାଇବାକୁ, ପ୍ରାୟ ୭.୫ କୋଟି ଟଙ୍କାର ଟେଣ୍ଡର, ଜାରି କରାଯାଇଛି।ଏହି ଚୁକ୍ତି ପ୍ରଥମେ ,ଦୁଇ ବର୍ଷ ପାଇଁ ରହିବ। ଭଲ କାର୍ଯ୍ୟଦକ୍ଷତା ଆଧାରରେ, ଏହାକୁ ଆହୁରି ଦୁଇଥର ଏକ ବର୍ଷ ଲେଖାଏଁ ବଢ଼ାଯାଇପାରିବ। ଆଗ୍ରହୀ ସଂସ୍ଥାମାନେ ଅଗଷ୍ଟ ୧୭ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ, ଟେଣ୍ଡର ଦାଖଲ କରିପାରିବେ। ପରୀକ୍ଷା ବ୍ୟବସ୍ଥାର ସ୍ୱଚ୍ଛତା ଏବଂ ଗୋପନୀୟତା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଜୁଲାଇ ୨୫ ତାରିଖରେ ଜାରି ହୋଇଥିବା ଟେଣ୍ଡର ଅନୁସାରେ, ଏହି ସଂସ୍ଥା ଦିଲ୍ଲୀର ମିଣ୍ଟୋ ରୋଡ୍ ସ୍ଥିତ NTA ମୁଖ୍ୟାଳୟ, ଓଖଲା ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ଦାୟିତ୍ୱ ନେବ। ସଂସ୍ଥାକୁ କର୍ମଚାରୀ, ପରିଦର୍ଶକ, ଗୋପନୀୟ ପରୀକ୍ଷା ସାମଗ୍ରୀ, ସର୍ଭର ରୁମ୍, ଷ୍ଟ୍ରଙ୍ଗ ରୁମ୍, ଗୋଦାମ ଏବଂ ରେକର୍ଡ ରୁମ୍ର ସୁରକ୍ଷା କରିବାକୁ ପଡ଼ିବ।NTA ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଜଣାଇଛି  ହାଉସକିପିଂ,ସୁରକ୍ଷା ସେବା, ଏବଂ ପରୀକ୍ଷା ମାନର ପ୍ରିଣ୍ଟିଂ ସେବା ପାଇଁ, ଅଲଗା ଅଲଗା ଟେଣ୍ଡର ଜାରି କରାଯାଇଛି। NEET-UG ପେପର ଲିକ୍ ବିବାଦ ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, ନିଜ ପରୀକ୍ଷା ପରିଚାଳନା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ, ଆଣିଛି।

Related Articles

Back to top button