Odisha

ବାଲୁଙ୍କେଶ୍ୱର ମନ୍ଦିର ପୋଖରୀରେ” ଜଳ ଉତ୍ସ ସୁରକ୍ଷା ଦିବସ” ପାଳନ

ଭୁବନେଶ୍ବର,୧୯/୧୧ : ଜଳ ପ୍ରଦୂଷଣକୁ ନେଇ ଦିନକୁ ଦିନ ସମସ୍ୟା ଉତ୍କଟ ହେଉଥିବାବେଳେ କାର୍ତ୍ତିକ ପୂର୍ଣ୍ଣମୀ ଦିନ ଜଳାଶୟ ଗୁଡିକ ସର୍ବାଧିକ ଦୂଷିତ ହେଉଥିବାରୁ ଏ ସବୁର ସଫେଇ କରି ପରିବେଶକୁ ପରିଷ୍କାର ରଖିବାପାଇଁ ଓଡିଶା ହେତୁବାଦୀ ସମାଜ ପକ୍ଷରୁ ଆହ୍ବାନ ଦିଆଯାଉଛି |” ଜଳ ଉତ୍ସ ସୁରକ୍ଷା ଦିବସ” ଭାବରେ କାର୍ତ୍ତିକ ପୂର୍ଣ୍ଣିମା ଦିନଟିକୁ ପାଳନ କରାଯାଇ ଗତ ୨୦୧୩ ମସିହା ଠାରୁ ଏହି ଦିନ ପୋଖରୀ ସଫେଇ କରାଯାଉଛି |

ଆଜି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିରର ସଫେଇ କାର୍ଯ୍ୟରେ ସମାଜର ସଭାପତି ପ୍ରତାପ କୁମାର ରଥ, ସଦସ୍ୟ ସୁଧାଂଶୁ ଶେଖର ଧଡ଼ା, ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେମୀର ସଭାପତି ସୀତା ବଲ୍ଲବ ମହାପାତ୍ର, ଅମିତ କଲେଜର ଅଧ୍ୟାପକ ଟିକାୟତ ନାୟକ, ପୂର୍ବତନ ଛାତ୍ର ଆଦିତ୍ୟ ଦାସ, ଦିପ୍ତିମୟୀ ନାୟକ, ସ୍ମୃତିଶ୍ରୀ ମିଶ୍ର, ସ୍ଥାନୀୟ ଯୁବ ସମାଜସେବୀ ସଦାଶିବ ମହାକୁଡ, ଗଣେଶ ବେହେରା,ସଞ୍ଜନା ଲେଙ୍କା ପ୍ରମୁଖ ପୋଖରୀ ସଫେଇ କରିଥିଲେ | ସ୍ଥାନୀୟ ଜନପ୍ରତିନିଧି ନବ କିଶୋର ବେହେରା ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ଭାବରେ ସହଯୋଗ କରିଥିଲେ | ଗତ ସାତ ବର୍ଷ ହେଲା ବିଜୁ ପଟ୍ଟନାୟକ କମ୍ପୁଟର ଏକାଡେମୀ , ଅମିତ କଲେଜ ସାମ୍ବାଦିକତା ବିଭାଗ, ଟି.ଜି. ସୁରକ୍ଷା ଟ୍ରଷ୍ଟ ମିଳିତ ଭାବେ ଏହି ସଫେଇ କାର୍ଯ୍ୟକ୍ରମ କରି ଆସୁଛନ୍ତି |

Related Articles

Leave a Reply

Your email address will not be published. Required fields are marked *

Back to top button